ଥୁଆମୂଳ ରାମପୁର / କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଲିସରା ଗ୍ରାମର ବିମଳେନ୍ଦୁ ମହାପାତ୍ର ଏବଂ ମଞ୍ଜୁବାଳା ମହାପାତ୍ରଙ୍କ ବାଡିରେ ୧୧ ଗୋଟି ଦୁର୍ଲ୍ଲଭ ବ୍ରହ୍ମ କମଳ ଫୁଲ ପ୍ରସ୍ଫୁଟିତ ହୋଇଥିବା ଦେଖିବାକୁ ମିଳିଛି। ଦେବଙ୍କ ପ୍ରିୟ ଭାବେ ପରିଚିତ ଏହି ବିରଳ ବ୍ରହ୍ମ କମଳ ଫୁଲ ନିଜ ବଗିଚାରେ ଫୁଟୁଥିବା ନେଇ ନିଜେ ଖୁସି ଅନୁଭବ କରୁଥିବା ବେଳେ ଏହା ଏକ ସୌଭାଗ୍ୟ ବୋଲି କହିଛନ୍ତି। ସକାଳେ ଗାଁର ରାଧାକୃଷ୍ଣ ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରିଥିବା କହିଛନ୍ତି। ବିମଳେନ୍ଦୁ ମହାପାତ୍ର ଜଣେ ପ୍ରକୃତି ପ୍ରେମୀ ଏବଂ ସମାଜସେବୀ।ବିଭିନ୍ନ ସମୟରେ ସମାଜର ଅସହାୟ ଲୋକଙ୍କ ସେବା କରିବା ସହିତ ସହଯୋଗ ମଧ୍ୟ କରିଥାନ୍ତି। ତାଙ୍କ ଧର୍ମପତ୍ନୀ ମଞ୍ଜୁବାଳା ସ୍ଥାନୀୟ ସେମେଲପଦର ଗ୍ରାମରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଭାବେ ସେବା ଯୋଗାଇ ଆସୁଛନ୍ତି। ଗତ ୫ ବର୍ଷ ହେବ ପ୍ରତିବର୍ଷ ବ୍ରହ୍ମକମଳ ଫୁଲ ଏଭଳି ଭାବେ ଫୁଟି ଆସୁଛି।