ପ୍ରଭୁ ଶ୍ରୀ ଜଗନ୍ନାଥ ଭଜନରେ ମନ ମୋହୁଛି କୁନି ଛାତ୍ରୀଙ୍କ ନୃତ୍ୟ

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ) : ଫୁଲବାଣୀ ସ୍ଥିତ ଜିଲ୍ଲା ସ୍ତରୀୟ ଖାଦ୍ୟ ମେଳା ଠାରେ ରଙ୍ଗା ରାଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷା ଅଧ୍ୟୟନ କରୁଥିବା ଷଷ୍ଠ ଶ୍ରଣୀର ଛାତ୍ରୀ ଅଲିଭା ପ୍ରିୟ ଦର୍ଶନି ମୁଖି ନୃତ୍ୟ ପ୍ରଦର୍ଶନରେ ଅଂଶ ଗ୍ରହଣ କରିଥିଲେ। କନ୍ଧମାଳ ଜିଲ୍ଲାର ବିଶିଷ୍ଟ ଚିତ୍ର କାର ରଞ୍ଜିତ କୁମାର ମୁଖି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଛବି ଛାତ୍ରୀଙ୍କ ମୁହଁ ରେ ଆଙ୍କି ଥିଲେ। ଯାହାକି ଅତି ସୁନ୍ଦର ହୋଇଥିଲା। ଛାତ୍ରୀ ଉକ୍ତ ମଞ୍ଚ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ସୁନ୍ଦର ଭଜନରେ ନୃତ୍ୟ କରିଥିଲେ। ଅତି କୋମଳ ବୟସରେ ପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରତି ଥିବା ଭକ୍ତି ନୃତ୍ୟରେ ଦେଖିବାକୁ ମିଳିଥିଲା। ଏବଂ ଉପସ୍ଥିତ ସମସ୍ତ ଅତିଥି, ଦର୍ଶକ ଛାତ୍ରୀଙ୍କ ଏଭଳି ନୃତ୍ୟ କୁ ପ୍ରଶଂସା କରିଥିଲେ।