କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ସମ୍ବଲପୁର ରେଳ ଡ଼ିଭିଜନ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପ୍ଲାଟଫର୍ମ ନ ୧ ରେ ଘଟିଛି ଏକ ଅଭାବନୀୟ ଘଟଣା। ଡବଲ ଡାଇମଣ୍ଡ ମାଲବାହୀ ଟ୍ରେନ ଯିବା ଫଳରେ ମଝି ରୁ ରେଳଧାରଣା ଛିଣ୍ଡି ଯାଇଛି। କିଛି କ୍ଷୟ କ୍ଷତି ହୋଇ ନ ଥିଲେ ମଧ୍ୟ ଅଳ୍ପକେ ବଞ୍ଚିଯାଇଛି ଅନେକ ଧନ ଜୀବନ। ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତ୍ରରେ ଏକ ଡବଲ ଡାଇମଣ୍ଡ ମାଲବାହୀ ଟ୍ରେନ ଏକ ନମ୍ବର ପ୍ଲାଟଫର୍ମ ରେ ଟିଟଲାଗଡ ପଟୁ ରାୟଗଡ଼ା ପଟେ ଅତିକ୍ରମ କରୁଥିବା ବେଳେ ରେଳ ଟୋକନ ଦେବା କର୍ମଚାରୀ ମାଲବାହୀ ଟ୍ରେନ ବହୁତ ହଳୁଥିବା ଦେଖିବାକୁ ପାଇଥିଲେ। ମାଲଗାଡ଼ି ଟି ସ୍ପିଡ୍ ଥିବାରୁ କର୍ମଚାରୀ ଜଣକ ଟ୍ରେନ କୁ ଅଟକାଇବା ପାଇଁ ଚେଷ୍ଟାକରିନ ଥିଲେ। ପରେ ମାଲଗାଡି ଟି ପାର ହେବାପରେ କର୍ମଚାରୀ ଜଣକ ରେଳଧାରଣା କୁ ଦେଖିଯିବା ପରେ ସେ ଜାଣିବାକୁ ପାଇଲେ ଯେ ରେଳ ଧାରଣା ଟି ମଝିରୁ ଛିଣ୍ଡି ଯାଇଛି ପରେ ସେ ଦାଇତ୍ୱରେ ଥିବା ଷ୍ଟେସନ ମାଷ୍ଟର କୁ ଖବର ଦେବାପରେ ଷ୍ଟେସନମାଷ୍ଟର ସଙ୍ଗେ ସଙ୍ଗେ ଟିଟଲାଗଡ ରେ ଥିବା ମରାମତି ଦଳକୁ ଖବର ଦେବାପରେ ଏକ ସ୍ବତନ୍ତ୍ର ମରାମତି ଟିମ ସ୍ଥିଥି ଅନୁଧ୍ୟାନ କରି ମରାମତି ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ରେଳଧାରଣା ଛିଣ୍ଡିବା ପଛର ସଠିକ କାରଣ ଜଣା ପଡ଼ିନାହିଁ।