ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ୍ କାର୍ଯ୍ୟାଳୟଠାରେ ବିଦ୍ୟୁତ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ବିଧାୟିକା ପ୍ରମିଳା ମଲ୍ଲିକ କହିଲେ ଯେ, ବିଦ୍ୟୁତ ବିଭଗର ପ୍ରତିନିଧି ମାନଙ୍କ ମଧ୍ୟରେ ସଠିକ୍ ସମନ୍ବୟ ସହ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକ ଉଦ୍ୟମ ରହିଲେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରିବ। ଏହି ବୈଠକରେ ବିଧାୟିକା ମଲିକ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟର ଯଥା ଲୋଭଲ୍ଟେଜ ନହେବ, ବିଦ୍ୟୁତ ଚୋରି ରୋକିବା ନୂତନ ଟ୍ରାନ୍ସଫରମୋର ବସାଇବା ଓ ଅନ୍ୟନ୍ୟ ପ୍ରଗତି ମୂଳକ କାର୍ଯ୍ୟକାରିତା ବିଷୟ ରେ ସମୀକ୍ଷା କରିଥିଲେ। ଏହି ବୈଠକରେ ବିଦୂତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବିଭାଗ ର କାର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧରେ ଏହି ବୈଠକରେ ପଞ୍ଚାୟତ ସମିତି ଉପାଧ୍ୟା ରଞ୍ଜିତା କୁମାରୀ ଦାସ ମଣ୍ଡଳ ଉନ୍ନୟନ ଅଧିକାରୀ ହିତାଂଶୁ ସାମଲ, ଜିଲ୍ଲାପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ବିଦ୍ୟୁତ ଏସଇ ଅନ୍ନନ୍ତ ନାରାୟଣ ସେନାପତି, ଇଇ ଦୀପକ କୁମାର ବେହେରା ଏସଡ଼ିଓ ରବିନାରାୟଣ ଦାସ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିଆ ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।