ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଭୁଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନମଣ୍ଡଳୀର ଚାରୋଟି ମଣ୍ଡଳରେ ବିଜେପିର ମଣ୍ଡଳ ସଭାପତି ମନୋନୀତ ହୋଇଥିବା ନାମ ତାଲିକା ପ୍ରକାଶ ପାଇଛି। ଖାଣ୍ଡା ମଣ୍ଡଳରୁ ମଣ୍ଡଳ ସଭାପତି ଭାବେ ଉତ୍ତମ ହରିଜନ, ବଡ଼ଭରଣ୍ଡୀ ମଣ୍ଡଳରୁ ଈଶ୍ୱର ଭତରା, ଝରିଗାଁ ମଣ୍ଡଳରୁ ସୁକାଲୁ ଗଣ୍ଡ ଓ ଧୋଡ୍ରା ମଣ୍ଡଳରୁ ଭୁଜବଳ ଗୌଡ଼ଙ୍କୁ ମନୋନୀତ କରାଯାଇଥିବା ସୂଚନା ମିଲିଛି। ଏନେଇ ଓଡ଼ିଆ ପ୍ରଦେଶ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶଙ୍କୁ ଏକ ଚିଠି ପ୍ରେରଣ କରାଯାଇଛି। ମଣ୍ଡଳ ସଭାପତି ଭାବେ ଚୟନ ହୋଇଥିବା ଚାରିଜଣଙ୍କୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ପ୍ରମୁଖ ଶୁଭେଛା ଜଣାଇଛନ୍ତି। ଏବଂ ତାଙ୍କ ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ମଧ୍ୟ ଶୁଭେଚ୍ଛା ଜଣାଉଥିବା ଜଣାପଡିଛି।