ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତ ଅଧୀନ ଉପର ଆମପଦର ଗ୍ରାମର ଏକ ବିରାଟ ତେନ୍ତୁଳି ଗଛ ବର୍ଷା ପ୍ରଭାବରୁ ଗଛଟି ମୂଳରୁ ଉପୁଡି ନିକଟରେ ଥିବା ଚାରିଗୋଟି ଘର ଉପରେ ପଡିଛି।ଗ୍ରାମର ନବାସିଂ ମାଝୀ ଏବଂ ପାର୍ଜା ମାଝୀଙ୍କ ଘରର ବ୍ୟାପକ କ୍ଷତି ହୋଇଥିବା ବେଳେ କଡୁ ମାଝୀ ଏବଂ ଲାଣ୍ଡା ମାଝୀଙ୍କ ଘରର ଆଂଶିକ କ୍ଷତି ହୋଇଥିବା ସୂଚନା ଦେଇଛନ୍ତି ନାଏବ ସରପଞ୍ଚ ତିଲକ ଦେଇ ମାଝୀ।ସୌଭାଗ୍ୟ ବଶତଃ ଏହି ସମୟରେ କେହି ଘର ଭିତରେ ନଥିଲେ।ସୂଚନା ପାଇ ସରପଞ୍ଚ ପ୍ରକାଶ ମାଝୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସାକ୍ଷାତ କରି ଥୁଆମୂଳ ରାମପୁର ପ୍ରଶାସନକୁ ଜଣାଇଥିବା ବେଳେ ଗଛ ହଟାଇବା ପାଇଁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଛନ୍ତି।