ପେରମଞ୍ଜି ପାତରବୁଡ଼ା କ୍ରିକେଟ ଫାଇନାଲ୍ ଟୁର୍ଣାମେଣ୍ଟ ; ଚୁଲବାଡ଼ି ଦଳ ବିଜୟୀ

ଥୁଆମୂଲ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ରବି ନାରାୟଣ ସିଂହ) : ଗ୍ରୀଷ୍ମଛୁଟିରେ ଥୁଆମୂଲ ରାମପୁର ବ୍ଲକର ପ୍ରତ୍ୟେକ ଗ୍ରାମରେ ମନୋରଞ୍ଜନ ଓ ଗ୍ରାମାଞ୍ଚଳରେ କ୍ରିକେଟ ଖେଳର ବିକାଶ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଂଚାୟତର ପେରମଞ୍ଜି ଗ୍ରାମର ଜୁନିୟର କ୍ରିକେଟ ଟିମର ସଦସ୍ୟ ମାନଙ୍କ ଆୟୋଜନରେ ତଥା ଦଳର ରା଼ଜୁ ମାଝୀ, ବିକାଶ ଗହୀର, ରୋହିତ ମାଝୀ, ଜଗନ୍ନାଥ ମାଝୀ ଓ ତାଙ୍କ ଦଳର ସମସ୍ତ ଖେଳାଳିଙ୍କ ତତ୍ୱାବଧାନରେ ମ୍ୟାଚ ହୋଇଥିବାବେଳେ ଅଂପିୟାର ଭାବରେ ସହଯୋଗ କରିଥିଲେ ଏହି ପେରମଞ୍ଜିର ସିନିୟର ଖେଳାଳି କ୍ଷିତ ମାଝୀ, ଶରତ ମାଝୀ, କର୍ଲାପାଟର ଦଶରୁ ମାଝୀ ଓ କୁଆଙ୍ଗ ଗ୍ରାମର ସୁରେନ୍ଦ୍ର ମାଝୀ, ଓ କରୁଣା ମାଝୀ, ସ୍କୋର ବୋର୍ଡ ଦାୟିତ୍ଵରେ ଥିଲେ ଅଭି ମାଝୀ, ତ୍ରିଲୋଚନ ମାଝୀ , ଏବଂ ରଞ୍ଜିତ ମାଝୀ, ଉକ୍ତ ଟୁର୍ନାମେଣ୍ଟରେ କର୍ଲାପାଟ, ପୋଲିଙ୍ଗପଦର, ଅନିକନା, ଆମପଦର, ଅମଠାଗୁଡା, କାଠଘରା, ବଡ ଟିକ୍ରାଗୁଡା, ଭେଜିଗୁଡା, ପେରମଞ୍ଜି, ଗୁଣପୁର, ହାଡ଼ଖୁରସୀ, ଉଷାମସ୍କା, ଚୁଳବାଡି, ଧୂଳିଗୁଡା, ସାଇସୁରନି ଓ କାଣୀଗୁମା, ଏହିପରି ଷୋହଳ ଟି ଦଳ ମଧ୍ୟରେ ପ୍ରତିଯୋଗିତା ହୋଇ ସେମିଫାଇନାଳ ରେ ଧୂଳିଗୁଡା ଓ ଚୁଳବାଡି, ସାଇସୁରନି ଓ କାଣୀଗୁମା, ଦଳର ଘମାଘୋଟ ପରେ ଫାଇନାଳ କୁ ଆସିଥିଲେ ଚୁଳବାଡି ସହିତ ସାଇସୁରନି, ପ୍ରଥମଦିନ ଉଦଘାଟନି ଉସ୍ବବରେ ସ୍ଥାନୀୟ ସରପଞ୍ଚ ବିଶ୍ୱନାଥ ମାଝୀ ଓ ବରିଷ୍ଠ ଖେଳାଳୀ ଅଭିମାଝୀ ରହିଥିବା ବେଳେ ଫାଇନାଳ ମ୍ୟାଚ ଉତଜାପନି ଦିବସରେ ଅତିଥି ଭାବରେ ଥୁଆମୂଳ ରାମପୁର ଅଞ୍ଚଳର କର୍ଲାପାଟ ସରପଞ୍ଚ ବିଶ୍ୱନାଥ ମାଝୀ, ସମାଜସେବୀ ଶଶି ଶେଖର ସିଂହ, ନାଏବ ସରପଞ୍ଚ ଜୟମନି ମାଝୀ, ଏହି ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ସାମ୍ବାଦିକ ରବି ନାରାୟଣ ସିଂହ ଯୋଗଦେଇ ଥିଲେ, ଶେଷରେ ସାଇସୁରୁନି ଓ ଚୁଲବାଡ଼ି ଦୁଇ ଦଳଙ୍କ ମଧ୍ୟରେ ଚିତାକର୍ଷକ ମ୍ୟାଚ ଅନୁଷ୍ଠିତ ହୋଇ ଚୁଲବାଡ଼ି ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିବା ବେଳେ ସାଇସୂର୍ଣି ଦଳ ରନର୍ସ ହୋଇଛନ୍ତି। ଶେଷରେ ଚୁଲବାଡ଼ି ଦଳ କ୍ୟାପଟେନ ହରିହର ମାଝୀ, ସାଇସୂର୍ଣି ଦଳ କ୍ୟାପଟେନ ଦୀପକ ସାହୁ ତାଙ୍କର ମତାମତ ଦେଇଥିଲେ ପରେ ସମସ୍ତଙ୍କୁ ସୁରେନ୍ଦ୍ର ଧନ୍ୟବାଦ୍ ଦେଇ ସମାପ୍ତ ଘୋଷଣା କଲେ।