କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ଡଙ୍ଗରୀଗୁଡା ସ୍ଥିତ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୁତ ଶିକ୍ଷକ ତଥା ଜାତୀୟ ସ୍ତରୀୟ ସ୍କାଉଟ ଗାଇଡ଼ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡାଙ୍କୁ ଶନିବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମୁଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା, କୃପାସିନ୍ଧୁ ପାତ୍ର, ବିଦ୍ୟାଳୟ କମିଟି ସଭାପତି ଅନିରୁଦ୍ଧ ପାତ୍ର, ରେଙ୍ଗାଳପାଳି ସରପଞ୍ଚ ପଦ୍ମିନୀ ପାତ୍ର, ନାଏବ ସରପଞ୍ଚ ଅଶୋକ ଭୋଇ, ସ୍ବାସ୍ଥ୍ୟକର୍ମୀ କେତନ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଏହି ଅବସରରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀପଣ୍ଡାଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚକୁ ଶିକ୍ଷକ ହରେଶ କୁମାର ପାନ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।