ଶିଶୁ ସୁରକ୍ଷା ଉପରେ ହିତାଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା ଓ ଖମାର ହଲଦି ଗ୍ରାମ ପଞ୍ଚାୟତ ସଭା ଗୃହଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ତରଫରୁ, ବିମ୍ ଜେଡ ଜର୍ମାନ ଓ ଚାଇଲ୍ଟ ଫଣ୍ଡଙ୍କ ମିଳିତ ସହାୟତାରେ ଏକ ଦିନିଆ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଦୁଇ ଗୋଟି ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ରଥୁରାମ ବାଗ, ପ୍ରକଳ୍ପ ସଂଯୋଜକ ଆର୍ ସି ଡ଼ି ସି ସ୍ବାଗତ ଜଣାଇ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ତାଲିମ କାର୍ଯ୍ୟକ୍ରମରେ ପୁରୁଷୋତ୍ତମ ରାଉତ ସରପଞ୍ଚ ଗୋଲାମୁଣ୍ଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋଲାମୁଣ୍ଡା ସହଦେବ ଭଇଁସାଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଖମାର ହଲଦି ବିଶ୍ୱଜିତ ପଣ୍ଡା ତଥା ଗ୍ରାମ ପଞ୍ଚାୟତ ସ୍ତରୀୟ ଓ ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ତାଲିମଦାତ୍ରୀ ଭାବରେ ସ୍ଵର୍ଣ୍ଣଲତା ମହାନ୍ତି ଉପସ୍ଥିତ ରହି ଶିଶୁ ଅଧିକାର, ଶିଶୁ ନିର୍ଯ୍ୟାତନା ରୋକିବା, ବାଲ୍ୟ ବିବାହ ନ କରିବା, ଶିଶୁ ଶ୍ରମିକ ରୋକିବା, ଶିଶୁ ଅନୁକୂଳ ପଞ୍ଚ୍ୟାୟତ ଗଠନ କରିବା,ପଞ୍ଚ୍ୟାୟତ ସ୍ତରୀୟ ଶିଶୁ ସମିତିର ଭୂମିକା, ଦାୟିତ୍ଵ ଓ କାର୍ଯ୍ୟ ଉପରେ ବିଶଦ ଭାବରେ ତାଲିମ ପ୍ରଦାନ କରିଥିଲେ।ତାଲିମ କାର୍ଯ୍ୟକ୍ରମକୁ ଗୋଷ୍ଠୀ ପ୍ରବର୍ତ୍ତକ ସଞ୍ଜୟ କୁମାର ଅଘରିଆ,ସଞ୍ଜୀବ କୁମାର ନାଏକ, ଶିଶୁ ଶିକ୍ଷା ସାଥୀ ବିଦ୍ୟୁତ ପ୍ରଭା ଚଲାନ ଓ ଯାଜ୍ଞସେନୀ ହଂସ ପ୍ରମୁଖ ସହଯୋଗ କରିଥିଲେ।