ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ଭାରତୀୟ ମଜଦୂର ସଙ୍ଘ ଜିଲ୍ଲା ବିଦ୍ଧି ପ୍ରକୋଷ୍ଟ (ଲିଗାଲ ସେଲ) କଳାହାଣ୍ଡି ଆନୁକୂଲ୍ୟରେ ଏକ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବିଏମଏସ ରାଜ୍ୟ ଲିଗାଲ ସେଲ ବାଳକୃଷ୍ଣ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ଲିଗାଲ ସେଲ ସାଧାରଣ ସମ୍ପାଦକ ଉଚ୍ଚ ନୟାଳୟ ଆଇନଜୀବୀ ରମାକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଏମଏସ ଲିଗାଲ ସେଲ ରାଷ୍ଟ୍ର ହିତ, ଉଦ୍ୟୋଗ ହିତ, ଶ୍ରମିକ ହିତରେ କାମ କରିବ ବୋଲି ମତ ପ୍ରକାଶ କରିଥିଲେ। ଦ୍ୱତୀୟ ଅଧିବେଶନରେ ବିଏମଏସ ସମନୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଲିଗାଲ ସେଲ ସଭାପତି ପ୍ରଦୀପ କୁମାର ବିହାରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମନ୍ୱୟ ସଭାରେ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେଓ, ରାଷ୍ଟ୍ରୀୟ ସ୍ୱୟଙ୍ଗ ସେବକ ସଙ୍ଘ କଳାହାଣ୍ଡି ବିଭାଗର ବିଭାଗ ସଙ୍ଘ ଚାଳକ ଜୟନାରାୟଣ ବାବୁ, ରାଷ୍ଟ୍ରୀୟ ସ୍ୱୟଂ ସେବକ ପଶ୍ଚିମ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଅରୁଣ କୁମାର ନାଏକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଓକିଲ ସଙ୍ଘ ସଭାପତି ଭବେନ୍ଦ୍ର କୁମାର ପଣ୍ଡା, ବିଏମଏସ ରାଜ୍ୟ ପ୍ରଭାରୀ ଓଡିଶା ବିରଞ୍ଚି ନାରାୟଣ ପଣ୍ଡା, ଅଧିବକ୍ତା ପରିଷଦ ସଭାପତି ସନ୍ତୋଷ କୁମାର ମୁଣ୍ଡ, ରାଜ୍ୟ ବିଏମଏସ ଲିଗାଲ ସେଲ ସାଧାରଣ ସମ୍ପାଦକ ରମାକାନ୍ତ ସାହୁ ଯୋଗଦାନ କରି ଜିଲ୍ଲା ଶ୍ରମିକ ଖଟିଖିଆ ଅଙ୍ଗନୱାଡ଼ି, ଆଶା ଦିଦି ଓ ଦରକାର ଥିବା ଲୋକଙ୍କୁ ଆଇନ ସହାୟତା ଯୋଗାଇ ଦେବା ପାଇଁ ଲିଗାଲ ସେଲ କାମ କରୁ ବୋଲି ଅତିଥି ମାନେ ମାତବ୍ୟକ୍ତ କରିଥିଲେ। ତତ୍ ସହିତ ବ୍ଲକ ସ୍ତରରୁ ଆରମ୍ବ କରି ଜିଲ୍ଲା ଓ ରାଜ୍ୟର ଓକିଲ ମାନଙ୍କର ନାର୍ଯ୍ୟ ଦାବୀ ନିମନ୍ତେ ପ୍ରଚେଷ୍ଟା ଜାରି ରହିବା ସହିତ ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାର ଓକିଲ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ପାଖରେ ଦାବୀ କରିଥିବା ରାଜ୍ୟ ସମ୍ପାଦକ ଶ୍ରୀ ସାହୁ ଜଣାଇଛନ୍ତି। ଏହି ସମନ୍ୱୟ ବୈଠକ ରେ ବିଏମଏସ ସଭାନେତ୍ରୀ ମଞ୍ଜୁଳା ନାଏକ, ସମ୍ପାଦକ ରାଧାକାନ୍ତ ବେହେରା, ଅଙ୍ଗନବାଡି ଲେଡ଼ିଜ ୱାରକାର ଏସୋସିଏସନ ର ନଳିନୀ ମଞ୍ଜରୀ ବାଗ, ସନ୍ତୋଷୀ ନାଏକ, ବି ଏମଏସ ଉପସଭାପତି ନବୀନ ଛତ୍ରୀଆ, କାର୍ଯ୍ୟକାରୀ ସଭାପତି ବିଏମଏସ ସୁରେନ୍ଦ୍ର ମୋହନ କର, ନିର୍ମାଣ ଶ୍ରମିକ ସଙ୍ଘ ସଭାପତି ଭବାନୀ ରାଉତ, ଟ୍ରେଡ଼ ୟୁନିଅନ ନେତା ଚିନ୍ମୟ ବେହେରା, ନଗର ବିଏମଏସ ସଭାପତି ଅଂଶୁମାନ ଜେନା, ଓକିଲ ଚିନ୍ମୟ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ କଳାହାଣ୍ଡି ଜିଲ୍ଲା ବିଏମଏସ ଲିଗାଲ ସେଲ କମିଟି ଗଠନ କରାଗଲା। ସଭାପତି ଭାବେ ପ୍ରଦୀପ କୁମାର ବିହାର, ଉପସଭାପତି ଯତୀନ କୁମାର ସାହୁ, ସମ୍ପାଦକ ହିମାଂଶୁ ଶେଖର ବରାଡ଼, ସହ ସମ୍ପାଦକ ଯୁଗଳ କିଶୋର ଦୀପ ଓ ଲିନା କୁନୱାର, କୋଷାଧକ୍ଷ ବଲବିର କୌର ଭୁର୍ଜି, କାର୍ଯ୍ୟକାରୀ ସଦସ୍ୟ ଭାବେ ମନୀନ୍ଦ୍ର ଭୂଷଣ ପାତ୍ର, ସୁଶୀଲ ରାଉତ, ସୌଦାମିନୀ ଦ୍ବିବେଦୀ, ଲକ୍ଷ୍ମୀକାନ୍ତ ଖମାରି, ନରେଶ କୁମାର ସାହୁଙ୍କୁ ମନୋନୀତ କରାଯାଇଛି। ଉକ୍ତ ସମନ୍ୱୟ ବୈଠକ କୁ ଜିଲ୍ଲା ସମ୍ପାଦକ ହିମାଂଶୁ ଶେଖର ବରାଡ଼ ପରିଚାଳନା କରିଥିବା ବେଳେ ଉପସଭାପତି ଯତୀନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।