ମହୁଲ ପାଳ ଗ୍ରାମର ବାଇପାସ୍ ବିଳମ୍ବ କାହିଁକି ?

ଢେଙ୍କାନାଳ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲପାଳ ଗ୍ରାମରେ ଦିର୍ଘ ଦିନରୁ ବାଇପାସ୍ ପାଇଁ ରାଷ୍ତ୍ରିୟ ବିକାଶ ସେନା ଦାବି କରୁଛନ୍ତି। ଜମି ଅଧିଗ୍ରହଣ ହେବା କଥା କିନ୍ତୁ ସେଥିରେ ବିଲମ୍ବ ହେଉଥିବାରୁ ଲୋକମାନଙ୍କ ମଧ୍ୟରେ ଆଶଙ୍କା ରହିଛି। ଏଥିରେ କିଛି ରାଜନୀତି ହୋଇନି ତ ?  ଶୋଇଥିବା ସମୟରେ ଘରେ ଗାଡି ପଶି ଯାଇ ଘର ଭାଙ୍ଗି ଯାଇଛି। ଦୁର୍ଘଟଣା ପ୍ରାୟ ସବୁବେଲେ ଲାଗିରହିଛି। ମହୁଲ ପାଳ ଗ୍ରାମବାସୀ ରାତିରେ ଭଗବାନ ଭରସାରେ ଶୋଉଛନ୍ତି। କେଉଁ ଦିନ କାହା ଜୀବନ ଯିବ ତାହା ଭଗବାନକୁ ଜଣା। ୨୦୨୪ ଭୋଟ ବେଳକୁ ବିଜେଡି ସରକାର ଘୋଷଣା କଲେ ଖୁବ ଶୀଘ୍ର ବାଇପାସ୍ କାମ ଆରମ୍ଭ ହେବାକୁ ଯାଉଛି, ସର୍ଭେ ଶେଷ ହୋଇଛି ଏବେ ଜମି ଅଧିଗ୍ରହଣ ହେବ, କିନ୍ତୁ ଭୋଟ ଶେଷ ସରିଲା ନୁଆ ସରକାର ଆସି ଏକ ବର୍ଷ ପୂରଣ ହେଲା ତଥାପି କୌଣସି ସୁଫଳ ମିଳିଲା ନାହିଁ। ରାଷ୍ତ୍ରିୟ ବିକାଶ ସେନା ତରଫରୁ ସମ୍ପାଦକ ମନୋରଞ୍ଚନ ସାଶମଲ ଦାବି କରିଛନ୍ତି ଯେ ଶିଘ୍ର ଜମି ଅଧିଗ୍ରହଣ କରି କାମ ଆରମ୍ଭ କରିବା ପାଇଁ।