ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କଲେ କେନ୍ଦ୍ରୀୟ ଦଳ

ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ୨୯ ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପୂର୍ବ ସରକାର ସମୟରୁ କଏଣା – ରଘୁନାଥପୁର ପଞ୍ଚାୟତରେ ୨୦୨୨ ମସିହା ଠାରୁ ମେଗା ପାନୀୟ ଜନ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ପାନୀୟ ଜଳ ଯୋଗାଣରେ ବିଭିନ୍ନ ସମସ୍ୟା କାରଣରୁ ବିଳମ୍ବିତ ହୋଇଛି। ଆଜି ଉକ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ କେନ୍ଦ୍ରୀୟ ଟିମ୍ ର ଜଣେ ଅଧିକାରୀ ଏବଂ ବିଂଝାରପୁର ବିଡ଼ିଓ ହିତାଂଶୁ ଶେଖର ସାମଲ କଏଣା ରଘୁନାଥପୁରରେ ପହଞ୍ଚିଥିଲେ। ମେଗା ଇଂଜିନିୟରିଂ ଓ ଇନଫ୍ରାଷ୍ଟ୍ରକ୍ଚର ଲିମଟେଡ ଦ୍ବାରା କଏଣା ରଘୁନାଥପୁରଠାରେ ନିର୍ମାଣାଧିନ ପାଣିଟାଙ୍କିର କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପରାମର୍ଶ ଦେବା ସହ ସ୍ଥାନୀୟ ଲୋକମାନଙ୍କଠାରୁ ପାଣି କୁ ନେଇ ବିଞ୍ଝାରପୁର ଅଞ୍ଚଳରେ କ’ଣ ସମସ୍ୟା ରହିଛି ପଚାରି ବୁଝିଥିଲେ। ଏହା ସହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି, ଆଉ କ’ଣ ଅଧିକ କରି ହେବ ସେ ନେଇ ଆଲୋଚନା କରିଥିଲେ। ଏହି ସମୟରେ ଆର.ଡବ୍ଲ୍ୟୁ.ଏସ୍ଏସ୍ ଏସି ରଶ୍ମୀ ରଂଜନ ମାରଥା, ଏଇ ବିକ୍ରମଦିତ୍ୟ ପ୍ରଧାନ, ଜେଇ ତୃପ୍ତାଞ୍ଜଳି ରଥ, ଜେଇ ବିଷ୍ଣୁ ମୋହନ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।