କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଗତ ଦୁଇ ତିନି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ କେସିଙ୍ଗା ମେଡିକାଲରେ ୪ ମାସ ହେବ ସିବିସି ଟେଷ୍ଟ ହେଉ ନଥିବା ଖବର ପ୍ରସାରଣ ପରେ ସମ୍ମୁଖକୁ ଆସିଛନ୍ତି କେସିଙ୍ଗା ହସ୍ପିଟାଲରେ ସିବିସି ଟେଷ୍ଟ କରୁଥିବା ଅଧିକାରୀ ଜହରଲାଲ ମହାନନ୍ଦ ବାବୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଗଣମାଧ୍ୟମରେ ପ୍ରକାଶିତ ୪ ମାସ ହେବ ସିବିସି ବନ୍ଦ ରହିବା କଥା ଭିତ୍ତିହୀନ ଓ ଯିଏକେହିବି ଅଭିଯୋଗ କରିଛନ୍ତି ତାହା ଭୁଲ ସିବିସି ମେସିନର ମୁଖ୍ୟ ଏଡପଟର ଓ ତାର ମାସେ ହେବ ଖରାପ ହେବା ଫଳରେ ଟେଷ୍ଟ ବନ୍ଦ ରହିଛି। ଖବର ପ୍ରସାରିତ ହେବା ପରେ ମେସିନର ଦାଇତ୍ୱ ନେଇଥିବା ସଂପୃକ୍ତ ସଂସ୍ଥା ଦିଲ୍ଲୀ ରୁ ମେସିନ ପାଇଁ ଯାହା ସାମଗ୍ରି ଦରକାର ତାହା ନେଇ ଦିଲ୍ଲୀ ରୁ ଆସୁଛନ୍ତି ଗୋଟାଏ ଦୁଇଦିନ ମଧ୍ୟରେ କେସିଙ୍ଗା ମେଡିକାଲରେ ସିବିସି ଟେଷ୍ଟ ଆରମ୍ଭ ହୋଇଯିବ ବୋଲି ପ୍ରକାଶ କରିଛନ୍ତି।