କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ କାଣ୍ଡେଲ ରେଳ ଷ୍ଟେସନ ନିକଟରୁ ଗଞ୍ଜେଇ ଚୋରା କରୁଥିବା ୭ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଘଟଣାରେ ଆଜି କେସିଙ୍ଗା ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। କେସିଙ୍ଗା ପୋଲିସର କହିବା ଅନୁସାରେ ଆଜି କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସର ଏକ ଟିମ୍ କେସିଙ୍ଗାରୁ ପ୍ରାୟ ୧୦ କିମି ଦୂର କାଣ୍ଡେଲ ରେଳ ଷ୍ଟେସନକୁ ଯାଇ ଚାରୋଟି ମଟର ସାଇକଲରେ ମ ଳ.ରାମପୁର ବ୍ଲକର ବିଭିନ୍ନ ଗ୍ରାମରୁ ଆସୁଥିବା ୭ ଜଣ ଲୋକଙ୍କୁ ଅଟକାଇ ମଟରସାଇକଲ ଯାଞ୍ଚ କରିବାପରେ ତାଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିଲା। ପରେ ସମସ୍ତ ଅଭିଯୁକ୍ତଙ୍କୁ କେସିଙ୍ଗା ପୋଲିସ ଷ୍ଟେସନ କୁ ଆଣି ଜବତ କରିଥିବା ଗଞ୍ଜେଇ ଓଜନ କରିବାରୁ ୧୫ କେଜି ଗଞ୍ଜେଇ ବାହାରିଥିଲା। ଅଭିଯୁକ୍ତ ମାନେ ହେଲେ କୌତୁକ ସୁନା(୨୯), ମୁରଲୀ ହରିଜନ (୨୭), ଉତ୍ସବ ବାଗ(୩୫), ଫକୀର ସୁନା(୩୫), ମହେଶ୍ୱର ନାଏକ(୪୯), ତନ୍ମୟ ବିଭାର(୪୨)ଙ୍କ ସମେତ ଜଣେ ମହିଳା ମମତା ତାଣ୍ଡି(୩୦) ଙ୍କୁ ଗିରଫ କରିଛି ଓ ତାଙ୍କ ଠାରୁ ଚାରି ଗୋଟି ମୋଟର ସାଇକେଲ, ପାଞ୍ଚ ଗୋଟି ମୋବାଇଲ ସମେତ ପ୍ରାୟ ୪୫୦ ଟଙ୍କା ଜବତ ହେଇଥିବା ପୋଲିସ ସୂଚନା ଦେବା ସହିତ ଗଞ୍ଜେଇ କାଣ୍ଡେଲ ଷ୍ଟେସନ ରୁ ରାୟପୁର ଚୋରାଚାଲାଣ ହୋଇଥାନ୍ତା ବୋଲି ପୋଲିସ ପ୍ରକାଶ କରିଛି।