ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲା ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିିପୁର ଛକ ନିକଟରେ ରବିବାର ସକାଳୁ ବାଇକ ସହ ଜଣେ ପୋଲିସ ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ପୋଲିସ ଏଏସଆଇ କୋରାପୁଟ ଜିଲା ବୋରିଗୁମା ଥାନା ସାନଦୁବଲି ଗ୍ରାମ ପବିତ୍ର ଗୋଲାପୀ(୪୩) ବୋଲି ଜଣାପଡ଼ିଛି। ସେ ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ଠାରେ କାର୍ଯ୍ୟ କରୁଥିଲେ। ଶନିବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ କୋରାପୁଟକୁ ବାଇକ ଯୋଗେ ଯାଉଥିବାବେଳେ ବାଟରେ ବନମାଲିପୁର ଛକ ନିକଟରେ ଏକ ଅଟକି ଥିବା ଟ୍ରକରେ ପିଟିହୋଇ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଠାରୁ ସୂଚନା ମିଳିଛି। ରବିବାର ସକାଳେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିବା ଜୁନାଗଡ଼ ଆଇଆଇସି ଶେଷଦେବ ବେହେରା ସୂଚନା ଦେଇଛନ୍ତି। ସେହିପରି ପରିବାର ଲୋକ ଆସିବାପରେ ପୋଲିସ ଅଧିକାରୀଙ୍କ ମୃତ ଦେହ ଉଦ୍ଧାର କରାଯିବା ନେଇଁ ସୂଚନା ମିଳିଛି। ତେବେ ଏହା ଦୁର୍ଘଟଣା ନାଁ ଅନ୍ୟ କିଛି ରହସ୍ୟ ଲୁଚି ରହିଛି ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବା।