ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍:ଭାରତ ସରକାରଙ୍କ କୃଷି ବିଭାଗ ଦ୍ଵାରା ସମଗ୍ର ଦେଶରେ ଆରମ୍ଭ ହୋଇଛି”ବିକଶିତ କୃଷି ସଂକଳ୍ପ ଅଭିଯାନ” କାର୍ଯ୍ୟକ୍ରମ।ଏହି ଅବସରରେ ରବିବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମ ପଞ୍ଚାୟତ ଅଧୀନ କାଠଘରା ଗ୍ରାମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଳାହାଣ୍ଡି ମଳୟ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଗୁଣପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଜାତା ମାଝୀ,ବିଜେପି ଜିଲ୍ଲା ସଂଗଠନର ସମ୍ପାଦକ ବିଷ୍ଣୁ ନାଏକ, ପୁର୍ବତନ ମଣ୍ଡଳ ସଭାପତି ସୁଶାନ୍ତ ନାଏକ, ଯୁବ ସଂଗଠକ ମହାଦେବ ସିଂ ସୁଶୀଲ ସାହୁ, ଅଭିରାମ ନାଏକ ଏବଂ ସ୍ଥାନୀୟ ଓ୍ବାର୍ଡ ସଭ୍ୟ ଧନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଭାରତ ସରକାରଙ୍କର ଏହି ଅଭିଯାନର ଆଭିମୁଖ୍ୟ ହେଉଛି କୃଷି ବିଜ୍ଞାନ କେନ୍ଦ୍ରର ବିଜ୍ଞାନ, କୃଷି ବୈଷୟିକ ମହାବିଦ୍ୟାଳୟର ଅଧ୍ୟାପକ, କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଆନୁସଙ୍ଗିକ ଭିଭାଗର ଅଧିକାରୀ ମାନେ ଚାଷୀଙ୍କ ପାଖରେ ପହଞ୍ଚି ବିକଶିତ କୃଷି ପଦ୍ଧତି ସମ୍ୱନ୍ଧୀୟ ଆଲୋଚନା କରିଥିଲେ।
ଏହି ଅଭିଯାନରେ କୃଷିବିଜ୍ଞାନ କେନ୍ଦ୍ର ଭବାନୀପାଟଣାର ବୈଜ୍ଞନିକ ଶ୍ରୀ ସ୍ୱରାଜ ମେହେର,କୃଷି ବୈଷୟିକ ମହାବିଦ୍ୟାଳୟ ର ଅଧ୍ୟାପକ ବିନୋଦ କୁମାର ଜେନା, କୃଷି ଜିଲ୍ଲା ଅଧିକାରୀ ଭବାନୀପାଟଣା ପ୍ରମୋଦ କୁମାର ବେହେରା, ବ୍ଲକ କୃଷି ଅଧିକାରୀ ଡ. ସିଦ୍ଧାର୍ଥ ସ୍ୱରୂପ ଜେନା ଥୁଆମୂଳ ରାମପୁର, ଜିଲ୍ଲା ଯୋଜନା ଅଧିକାରୀ ବିଶ୍ୱନାଥ ମହାପାତ୍ର,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ଵେତା ସୌମ୍ୟା ନିଯା, ମୃତିକା ସଂଗ୍ରକ୍ଷଣ ଓ ଜାଲଛାୟା ବିଭାଗର ସହକାରୀ ଉପ ପ୍ରକଳ୍ପ ନିର୍ଦେଶକ ସାଗରୀକା ମହୋଦୟା, ସହକାରୀ କୃଷି ଯନ୍ତ୍ରୀ ଅଂଶୁମାନ ପାଇକରାୟ ପ୍ରମୁଖ ଉପସ୍ଥିତ ରହି ନିଜ ବିଭାଗର ବିଭିନ୍ନ ଯୋଜନା ବାବଦରେ ବିବରଣୀ ଉପସ୍ଥାପନ କରିଥିଲେ। ବିହନ ବିଶୋଧନ, ମୃତିକା ସ୍ୱାସ୍ଥ୍ୟ ପରୀକ୍ଷଣ, ଘାସ ପରିଚାଳନା, ରୋଗପୋକ ନିୟନ୍ତ୍ରଣ, କୃଷି ଯାନ୍ତ୍ରିକରଣ ଏବଂ ଅନନ୍ୟ କୃଷି ସମ୍ବନ୍ଧୀୟ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଏକ ସଚେତନତା ରଥ ବୁଲିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଥିବା ଦେଖିବାକୁ ମିଳିଥିଲା।ଗୁଣପୁର ଗ୍ରାମ ପଂଚାୟତର କୃଷି ଅଧୀଦର୍ଶକ ଦିଲ୍ଲୀପ କୁମାର ନାୟକଙ୍କ ତତ୍ବାବଧାନରେ କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ।