ଜାକମ୍ ଠାରେ ହାଇଓ୍ବା ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଠାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଜାକମ୍ ନିକଟରେ ହାଇଓ୍ବା ଗାଡି ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।ପ୍ରାପ୍ତ ସୂଚନା ମୁତାବକ ବାଇକ୍ ଚାଳକ ଜଣକ ହେଉଛନ୍ତି କିଆପଦର ଗ୍ରାମର ଭୂବନେ ଦଳେଇଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବୋଲି ଜଣା ପଡିଛି। ରବିବାର ଦିନ ପ୍ରାୟ ୨ ଘଣ୍ଟା ସମୟରେ ସେ କିଆପଦର ଠାରୁ ଭବାନୀପାଟଣା ଅଭିମୁଖେ ବାଇକ୍ ରେ ଯାଉଥିବା ବେଳେ ସାମ୍ନା ପଟରୁ ଏକ ହାଇଓ୍ବା ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ଅବସ୍ଥାରେ ପଡିଥିବା ବେଳେ ସେଇ ନିକଟରେ ଥିବା କିଛି ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରି ତୁରନ୍ତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଛନ୍ତି।ବର୍ତ୍ତମାନ ସେଇ ହାଇଓ୍ବା ଗାଡିକୁ କର୍ଲାପାଟ ଫାଟକ ପାଖରେ ଅଟକ ରଖାଯାଇଥିବା ସୂଚନା ମିଳିଛି।