ଡ଼. ନାରାୟଣ ପାଢ଼ୀ ପାଇଲେ ମହର୍ଷି ଜ୍ଞାନରତ୍ନ ପୁରସ୍କାର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ବରିଷ୍ଠ ଜ୍ୟୋତିଷଶାସ୍ତ୍ରୀ ଡ. ନାରାୟଣ ପାଢ଼ୀଙ୍କୁ ମିଳିଛି ଜ୍ୟୋତିଷ ଶାସ୍ତ୍ରର ଏକ ବଡ଼ ସମ୍ମାନ ମହର୍ଷି ଜ୍ଞାନରତ୍ନ ପୁରସ୍କାର। ଦକ୍ଷିଣ ଭାରତର ଦ୍ବାରିକା ଭାବରେ ପରିଚିତ କେରଳ ରାଜ୍ୟର ତ୍ରିଶୁର ଠାରେ ଗତ ମେ ମାସ ୨୪ ତାରିଖରେ ଅନୁଷ୍ଠିତ ଇଣ୍ଟରନେସନାଲ ବୈଦିକ ଏଷ୍ଟ୍ରୋଲୋଜି ଫେଡେରେସନ ଆମେରିକାର ସହଯୋଗରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜ୍ୟୋତିଷଶାସ୍ତ୍ରୀ ପାଢ଼ୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଡ଼. ପାଢ଼ୀ କେସିଙ୍ଗାରେ ରହୁଥିଲେ ହେଲେ ବର୍ତ୍ତମାନ ଭବାନୀପାଟଣା ସ୍ଥିତ ହିଲଟାଉନ ଲେନ ନ-୧ ରେ ସପରିବାର ସହିତ ରହୁଛନ୍ତି। ପୁରସ୍କାର ଖବର ଜଣାପଡିବା ପରେ ଶ୍ରୀପାଢ଼ୀ ଙ୍କୁ କେସିଙ୍ଗା ବ୍ରାହ୍ମଣ ସମାଜ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଶୁଭେଛା ଜ୍ଞାପନ କରାଯାଇଛି।