ବାଆଦି ଠାକୁରଙ୍କ ବାର୍ଷିକ ତେଲ ହଲଦି ଯାତ୍ରା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସର୍ଗିଗୁଡାଠାରେ ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ରବିବାର ବାଆଦି ଠାକୁରଙ୍କ ବାର୍ଷିକ ତେଲ ହଳଦି ଯାତ୍ରା ପାରମ୍ପାରିକ ରିତିନୀତି ଅନୁସାରେ ପାଲିତ ହୋଇଛି। ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଦେବା ଦେବୀଙ୍କ ସ୍ଥାନ ସ୍ୱତନ୍ତ୍ର ରହିଥିବାବେଳେ ପୂରୁଷା ପୁରୁଷାରୁ ଧାରି ଏହି ଯାତ୍ରାଙ୍କୁ ଅଞ୍ଚଳବାସୀ ବିଭିନ୍ନ ଅଭାବ ଅନାଟନରେ ମଧ୍ୟ ବଜାୟ ରଖିଛନ୍ତି। ଅଞ୍ଚଳର ବରିଷ୍ଠ ବ୍ୟକ୍ତି ମାନଙ୍କ କହିବା ଅନୁସାରେ ପୂର୍ବରୁ ବୈଶାଖ ମାସ ତୃତୀୟା ଆରମ୍ଭ ଠାରୁ ୧୨ଟି ରବିବାର ଗଲାପରେ ଏହି ତେଲ ହଲଦି ଯାତ୍ରା ସମ୍ପନ କରାଯାଉଥିଲା। କାଳକ୍ରମେ ଏହା ବୈଶାଖ ମାସ ତୃତୀୟା ଠାରୁ ସପ୍ତମ ରବିବାରରେ ଏହି ତେଲ ହଲଦି ଯାତ୍ରା ସମ୍ପନ କରାଯାଉଛି। ଏଠାରେ ବାଆଦି ଠାକୁର ମୂଖ୍ୟ ଦେବାତା ଭାବେ ପୁଜା ପାଉଥିବାବେଳେ ଠାକୁରାଣୀ, ମାଟି ଦେବତା ଓ ବାରଭାଇ ଭିମ୍‌ସେନଙ୍କୁ ପଜାର୍ଚ୍ଚନା କରାଯାଇଥାଏ। ଏହି ଯାତ୍ରା ପାଳନ କଲେ ଚାଷ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲ ବର୍ଷା ହେବା ସହିତ ଆଗାମୀ ରୁତୁରେ ଭଲ ଚାଷ ଓ ଅଞ୍ଚଳର ସମସ୍ତେ ସୁଖ ଶାନ୍ତିରେ ରହିବେ ବୋଲି ବିଶ୍ୱାସ ରହିଛି। ପ୍ରତି ବର୍ଷ ଏହି ତେଲ ହଲଦି ଯାତ୍ରାଟି ମହା ସମାରୋହରେ ପାଳିତ ହୋଉଥିବାବେଳେ ଚଲିତ ବର୍ଷ ମଧ୍ୟ ରୀତିନୀତି ଅନୁସାରେ ପାଳିତ ହୋଇଛି। ତେଲ ହଲଦି ବିଧି ସମାପନ ହେବାପାରେ ଡାଲ ବୋହଲେନ କରାଯାଇଥିଲା। ଏହି ସମୟରେ ଖୁସି ମାନରେ ଅଞ୍ଚଳବାସୀ ଉତ୍ସବ ମନାଇ ନାଚି ଉଠିଥିଲେ। ଏହି ଯାତ୍ରାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସାମିଲ ହୋଇ ବାଆଦୀ ଠାକୁରଙ୍କଠାରେ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରିଥିଲେ। ଏଥିସହ ମନ୍ଦିର ନିକଟରୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଆଗାମୀ ଦିନରେ ରାସ୍ତା ନିର୍ମାଣ ଦିଗରେ ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଇଛନ୍ତି। ପୁଜକ ଦେବ ପୁଝାରୀ, ପାରେଶ୍ବର ପୁଝାରୀ, ପିତାମ୍ବର ପୁଝାରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। କମିଟି ସଭାପତି ଧନବଲ ମାଝୀ, ଭୁଦେବ ବାଣୁଆ, ଉଦ୍ଧବ ନାଏକ, ଋଷି ମାଝୀ, ଲଲିତ ନାଏକ, ସହଦେବ ମାଝୀ, ଡମ୍ବରୁଧର ଧଙ୍ଗଡାମାଝୀ, ଗଙ୍ଗାଧର ମାଝୀ, ହିରଣ୍ୟ ମାଝୀ, ଧର୍ମାନନ୍ଦ ନାଏକ, ଯୁଗେଶ୍ବର ରାଉତ, ମର୍ଦ ପୁଝାରୀ, ସୋନୁ ଗୁରୁମେ, ନକୁଲ ମାଝୀ, ନିରନ ଦିଶାରୀ, ରାମକୃଷ୍ଣ ମାଝୀ, ଭୁଜବଳ ବାଗ, ତ୍ରିଲୋଚନ ବେଶ୍ରା, ପରିକ୍ଷିତ ବେଶ୍ରା, ଯୁଗଲ ନାଏକ, ମଧ ବେଶ୍ରା, ଚନ୍ଦ୍ରମଣି ବେଶ୍ରା, ସେବକ ଟେବା ରାଉତ ସମେତ ସର୍ଗିଗୁଡା ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ସହେଯାଗ କରିଥିଲେ।