ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ପାଣ୍ଡରା ମାଳି ସମାଜ ପକ୍ଷରୁ ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପଠାରେ ଆଜି ଶୀତଳ ଷଷ୍ଠୀ ବା ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଧର୍ମଗଡ ପାରଦେଶ୍ୱର ମନ୍ଦିରରୁ ବରଯାତ୍ରୀ ବାହାରି ବିଜୁ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ। ବିଜୁ କଲ୍ୟାଣ ମଣ୍ଡପରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ଯଥା ରୀତି ନୀତି ଅନୁସାରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଟିପିଗୁଡ଼ା ର ଡ଼ମ୍ବରୁ ଧର ନାଏକ ଓ ତାଙ୍କ ସ୍ତ୍ରୀ ପାଙ୍କଜିନି ନାଏକ ବର ପକ୍ଷ କର୍ତ୍ତା ହୋଇ ଥିବାବେଳେ ଧର୍ମଗଡ ବସ୍ତିପଡାର ରାଜିନ୍ଦ୍ର ଭୋଇ ଓ ତାଙ୍କ ସ୍ତ୍ରୀ ଅଞ୍ଜଳି ଭୋଇ କନ୍ୟା ପକ୍ଷ କର୍ତ୍ତା ହୋଇ ଥିଲେ। କଳାହାଣ୍ଡି, ନୂଆପଡା ଓ ପଡ଼ୋଶୀ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହୁ ଥିବା ୩୬ବର୍ଗର ପଣ୍ଡରା ମାଳି ସମାଜ ଲୋକଙ୍କୁ ନେଇ ପାଣ୍ଡରା ମାଳି ସମାଜ ଗଠନ ହୋଇ ଥିବାବେଳେ ପ୍ରଥମ ଥର ଶିବ ବିବାହ କାର୍ଯ୍ୟକ୍ରମ କରାଯାଇଛି। ବାଜା,ବାଣ, ସହ ଭଜନ କୀର୍ତ୍ତନରେ ଭକ୍ତି ମୟ ପୁରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ପୂଜକ ଉପେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ବାରା ବୈଦିକ ରୀତିରେ ବିବାହ କାର୍ଯ୍ୟ ସଂମ୍ପନ କରା ଯାଇଥିଲା। ଏହି ଅବସରରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସମ୍ଭର୍ଦ୍ଧନା ସଭା ମଧ୍ୟ ଅନୁଷ୍ଠିତ ହୋଇ ଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ଭଜମନ ବୋଡେକ୍ ସମ୍ମାନିତ ଅତିଥି ଭାବରେ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଈଶ୍ୱର ଚନ୍ଦ୍ର ପୂଜାରୀ, ପାଣ୍ଡରା ମାଳି ସମାଜ ଯୁବ ବାହିନୀ ପୂର୍ବତନ ସଭାପତି ଦୁର୍ଗା ପ୍ରସାଦ ନାଏକ, ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ସମ୍ପାଦକ ଲୋକେଶ ନାଏକ, ଉପସଭାପତି ବିପୁଳ ବଣିଆ, ଧର୍ମଗଡ଼ ଏନଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ମୁନିରାମ ମାଝୀ, ବାଳକୃଷ୍ଣ ନାଏକ, ରତନ ନାଏକ ଲୋକେଶ୍ୱର୍ ପାରି, ରଞ୍ଜନ ନାଏକ, ଖୁସି ରାମ ଟୋଲ୍ଟିଆ, ଜୁନାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ହିମାଦ୍ରୀ ନାଏକ, କଲ୍ୟାଣୀ ନାଏକ, ମିନତୀ ଜୁଜାରି ଲୋଚନ ନାଏକ, କୁନ୍ତ ବଟ ନାଏକ ଭଜମନ ନାଏକ, ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଓ ସିବି ଏସି ଦଶମ ଦ୍ଵାଦଶ ଓ ସ୍ନାତକ ରେ କୃତିତ୍ୱ ଅର୍ଜନ କରି ଥିବା ୩୩ଜଣ ଛାତ୍ରରଛାତ୍ରୀଙ୍କୁ ଗଣପତି ମେମୋରିଆଲ ଓ ସମତା ଚୌହାନ ଜରିଆରେ ତିନି ଡାକ୍ତରୀ ଛାତ୍ର, ଲିପସୁ ରଞ୍ଜନ ବୋଡେକ୍, ବିଜୟ ନାଏକ, ଭୋଲେଶ୍ୱର୍ ନାଏକ ଙ୍କୁ ମାନ ପତ୍ର ଉପ ଢୋ କନ ଶହ ନଗଦ ଦଶ ହଜାର ଟଙ୍କା ପ୍ରଦାନ କରା ଯାଇ ଥିଲା। କଳାହାଣ୍ଡି ଇନଭାରର୍ସିଟି ଟପର ଅମନ କୁମାର ନାଏକ ଙ୍କୁସମ୍ବର୍ଦ୍ଧନା କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରାନ୍ତ ରୁ ମାଳି ସମାଜ ର କର୍ମକର୍ତ୍ତା, ମହିଳା, ଯୁବକ,ସାମିଲ ହୋଇ ଥିବା ବେଳେ ଦେଖିବାକୁ ମିଳିଥିଲା।