ଜଙ୍ଗଲ ଜବରଦଖଲ କାରୀଙ୍କ ୨୮ଗୃହକୁ ଉଚ୍ଛେଦ କଳା ବନ ବିଭାଗ

ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୁଦେବ ଗଉଡ) : ଝରିଗାଁ ରେଞ୍ଜ ଅଧୀନ ହାତୀବାଡି ବିଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ ଜବରଦଖଲ କରି ବେଆଇନ ଭାବେ ଜଙ୍ଗଲ ଜମିରେ ଘର ନିର୍ମାଣ ରହି ଆସୁଥିବା ପରିବାରକୁ ଉଚ୍ଛେଦ କଳା ବନ ବିଭାଗ। ନବରଙ୍ଗପୁର ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଏସିଏଫ, ଝରିଗାଁ ତହସିଲଦାର, ବନାଞ୍ଚଳ ଅଧିକାରୀ ଓ କର୍ମଚାରୀଙ୍କ ଏବଂ ଦୁଇ ପ୍ଲାଟୁନ ସୁରକ୍ଷା କର୍ମୀ ଉପସ୍ଥିତିରେ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି। ଏହି ଅଭିଯାନରେ ପ୍ରାୟ ୨୮ ଗୋଟି ଘରକୁ ଭାଙ୍ଗି ସମସ୍ତ ପରିବାରକୁ ବନ ବିଭାଗ ପକ୍ଷରୁ ବିସ୍ଥାପିତ କରାଯାଉଛି। ବନ ବିଭାଗ ପକ୍ଷରୁ ଜବର ଦଖଲକାରୀଙ୍କୁ ବାରମ୍ବାର ନୋଟିସ୍ ଦିଆଯାଇଥିଲା ଓ କିଛି ଦିନ ତଳେ ବନ କର୍ମଚାରୀ ଉଚ୍ଛେଦ କରିବାକୁ ଯାଇଥିବାବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ପୋଲିସ ଉପସ୍ଥିତିରେ ଏହି ସଂରକ୍ଷିତ ଜଙ୍ଗଲକୁ ଜବରଦଖଲ ମୁକ୍ତ କରାଯାଇଛି।