ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ମୈଦଲପୁର ମଣ୍ଡଳର ବିଜେପି ସଭାପତି ହୋଇଛନ୍ତି ପୁର୍ଣ୍ଣଚନ୍ଦ୍ର ବିଷୋୟୀ।ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପତ୍ର ସଂଖ୍ୟା ୨୦୪/୨୫ ମାଧ୍ୟମରେ ସୂଚିତ କରିବା ପରେ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ବଳକା ରହିଥିବା ମଣ୍ଡପ ସଭାପତି ମାନଙ୍କ ନାମ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ ଘୋଷଣା କରିଥିଲେ। ତନ ମଧ୍ୟରୁ ମୈଦଲପୁର ମଣ୍ଡଳ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ହେଇଥିବାରୁ ବିଜେପି କର୍ମୀ ଓ ସମର୍ଥକ ମାନେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି। ଏହି ପଦବୀ ନିମନ୍ତେ ମନୋନୀତ ହେବା ପରେ ଶ୍ରୀବିଷୋୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଲଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରୀଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସଙ୍କ ସମେତ ଜିଲ୍ଲା ଓ ବ୍ଲକର ସମସ୍ତ କର୍ମକର୍ତ୍ତାକୁ କୃତଜ୍ଞତା ଜଣେଇଛନ୍ତି । ଶ୍ରୀବିଷୋୟୀ ବିଜେପି ଦଳର ଜଣେ ଯୁବନେତା। ଆଗାମୀ ଦିନରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନହିତକାର ଯୋଜନା ଲୋକଙ୍କ ନିକଟରେ ପହଂଚାଇବା ସହ ନିଷ୍ଠାପର ଭାବେ କାମ କରିବି ବୋଲି କହିଛନ୍ତି। ମଣ୍ଡଳ ସଭାପତି ଭାବେ ମନୋନୀତ ହେବା ପରେ ପୁର୍ଣ୍ଣଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।