ଥୁଆମୁଲ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ଗୁଣପୁର ମୁଖ୍ୟ ରାସ୍ତା ବାଲିସରା ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବାବେଳେ ଦୁଇ ଗୁରୁତର ଥିବା ସୂଚନା ରହିଛି। ସୂଚନା ମୁତାବକ ମୃତ ବାଇକ୍ ଚାଳକ ହେଉଛନ୍ତି ବାଲିସରା ଗ୍ରାମର ଧନେଶ୍ୱର ନାଏକ(୪୮) ଏବଂ ଆହତ ମାନେ ହେଲେ କାଠଘରା ଗ୍ରାମର ପର୍ଶୁରାମ ମାଝୀ(୨୨), ଓ ପୁରାଣ ମାଝୀ(୨୨)। ଉଭୟ ଗୁରୁତରଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିବା ଜଣାପଡିଛି।