ଗୋପବନ୍ଧୁପଡାଠାରେ ଶୀତଳ ଷଷ୍ଠୀ ଓ ନାମଯଜ୍ଞ

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞସେନି ବାଗ) :  ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବେଲଗାଁଠାରେ ଶୀତଳଷଷ୍ଠୀ ଉତ୍ସବ ତଥା ଶିବ ବିବାହ ସମ୍ପନ୍ନ ହୋଇଯାଇଛି। ଧବଲେଶ୍ଵର ବାବାଙ୍କ ବିବାହ ଉତ୍ସବ ପାଇଁ କନ୍ୟା ପିତା, ବିକ୍ରମ ତାଣ୍ଡି ମାତା, ବବିତା ତାଣ୍ଡି (ସ୍ୱାଧୀନପଡା) ଙ୍କ ଘରକୁ ପାର୍ବତୀଙ୍କୁ ନିଆଯାଇଥିଲା। ପିନ୍ଧାଣି କାର୍ଯ୍ୟ ସମାପନ ହେବାପରେ ବରାନୁଗମନ ହୋଇଥିଲା। (ଗୋପବନ୍ଧୁପଡା)ସ୍ଥିତ ବର ପିତା, ଭକ୍ତରାମ ମହାନନ୍ଦ ମାତା, ଶକୁନ୍ତଳା ମହାନନ୍ଦଙ୍କ ଘରୁ ପାରମ୍ପରିକ ବାଜା, ଦୁଲଦୁଲି, ତିଳେ ସହ ବରାଯାତ୍ରୀ ଦଳ ବାହାରିଥିଲେ। ବେଲଗାଁ ପରିକ୍ରମା କରି କନ୍ୟା ଘରକୁ ଯାଇଥିଲେ। ଏଥିରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ରାତିରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପ୍ରଭୁ ମହାଦେବ ଓ ମାତା ପାର୍ବତୀ ଶ୍ରଦ୍ଧାଳୁଙ୍କୁ ଯୁଗଳ ଦର୍ଶନଦେଇ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶୀତଳ ଷଷ୍ଠି ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ କର୍ତ୍ତା ଭାଭରେ ମୋହନ ବାଗ ଓ ତାଙ୍କ ଧର୍ମପତ୍ନୀ ମମତା ବାଗ ଥିବାବେଳେ କମିଟିର ସଭାପତି ଧର୍ମେନ୍ଦ୍ର ନାଗ ସମ୍ପାଦକ ଡୋଳାମଣି ସୁନା ଦାୟତ୍ୱରେ ମୁଖ୍ୟ ଉପଦେଷ୍ଟା ନରେନ୍ଦ୍ର ମହାନନ୍ଦ ସହଯୋଗୀ ରେ ସନ୍ତ ନାଗ, ବଲ୍ଲଭ ତାଣ୍ଡି, ବିଜୟ ବାଗ, ଗୋପାଳ ହରପାଳ, ବରମ ଚୌହାନ, ପାଉଲ ହରପାଳ ଓ ଗାଁ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସଯୋଗ କରିଥିଲେ।