ଆସୁନି ଟାୱାର ଚାଲୁନି ମୋବାଇଲ
କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ବର୍ତ୍ତମାନର ଯୁଗରେ ଭାରତର ୮୦ ପ୍ରତିଶତ ଲୋକଙ୍କ ପାଖରେ ଅଛି ମୋବାଇଲ। ପୁଣି ଏମିତି ସେମିତି ନୁହେଁ ଏନ୍ଡ୍ରୋଏଟ ମୋବାଇଲ, ସେଇଟା ପୁଣି ଫୋରଜୀ ଫାଇଭ ଜିରେ ଚାଲୁଛି ଇଣ୍ଟରନେଟ। ମୋବାଇଲ ପାଖରେ ନଥିଲେ ବିତୁନି ଦିନ ହେଉନି ରାତି। ବର୍ତ୍ତମାନ ଯୁଗରେ ଭାରତରେ ଏୟାରଟେଲ, ଜିଓ ଏବଂ ସରକାରି ବିଏସଏନଏଲ ଇଣ୍ଟରନେଟ ଟାୱାର ପ୍ରତି ଗ୍ରାମ ମାନଙ୍କରେ ରହିଛି। ଘରୋଇ କମ୍ପାନୀର ଇଣ୍ଟରନେଟର ସେବା ଉକୃଷ୍ଟ ଥିବା ବେଳେ ବିଏସଏନଏଲ ର ସେବା କିନ୍ତୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ ଦିନକୁ ଦିନ ବହୁତ ଖରାପ ହେବାରେ ଲାଗିଛି ବୋଲି ଉପଭୋକ୍ତା କହିଛନ୍ତି। ଏଥିପାଇଁ ସେମାନେ ବିଏସଏନଏଲ ରୁ ମୁଁହ ମୋଡ଼ିବାରେ ଲାଗିଛନ୍ତି। ଅଞ୍ଚଳ ର ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ ପୋଷ୍ଟ ଅଫିସରେ ମଧ୍ୟ ବି ଏସଏନ୍ଏଲ ଇଣ୍ଟରନେଟ ବ୍ୟବହାର ହେଉଛି। ଯାହାରି ଫଳରେ ମାସକୁ କମସେକମ ୧୦ ଦିନ ନେଟ ରହୁନାହିଁ କି କାମ ମଧ୍ୟ ହେଉନାହିଁ। ଆଗରୁ ଉକ୍ତ ବିଷୟ ଉପରେ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପାଇଛି। ଅନ୍ୟ କମ୍ପାନୀ ର ଇଣ୍ଟରନେଟ ପେକେଜ ଅପେକ୍ଷା ବିଏସଏନ୍ଏଲ ର ଇଣ୍ଟରନେଟ ପକେଜ୍ ଶସ୍ତା ହୋଇଥିଲେ ମଧ୍ୟ ଲୋକେ ଶସ୍ତା ରୁ ହିନସ୍ତା ବୋଲି ଚର୍ଚ୍ଚା କରୁଛନ୍ତି। ଅଞ୍ଚଳରେ ଯଥା ଶୀଘ୍ର ବିଏସଏନ୍ଏଲ ସେବା ଠିକ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।