ନିର୍ମାଣଧିନ ପାଇଖାନା ଟାଙ୍କିରେ ସ୍ବାସ ରୁଦ୍ଧ ହୋଇ ୪ ମୃତ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ନିର୍ମାଣଧୀନ ପାଇଖାନା ଟାଙ୍କିରେ ସ୍ବାସ ରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ସଦର ପଞ୍ଚାୟତ ଗ୍ରାମର ଏକ ଘରୋଇ ନିର୍ମାଣଧୀନ ପାଇଖାନାରେ କାମ କରୁଥିବାବେଳେ ସ୍ବାସ ରୁଦ୍ଧ ହୋଇ ଦୁଇ ଗୁରୁତର ହୋଇଥିଲେ। ସେଠାରେ କାମ କରୁଥିବା ଅନ୍ୟ ଦୁଇ ଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟରେ ସେମାନେ ମଧ୍ୟ ସ୍ବାସ ରୁଦ୍ଧ ହୋଇ ଥିଲେ। ଘଟଣା ସମ୍ୱନ୍ଧରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷ କଆଦିତ୍ୟ ସେନ, ଏସ୍ଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ପହଁଚି ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ତେବେ ସେଥିମଧ୍ୟରୁ ପ୍ରଥମେ ତିନି ଜଣ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବି ମୃତ୍ୟୁ ଘଟିଥିଲା। ମୃତକ ମାନେ ହେଲେ ଏନ .ସନ୍ତୁ ୨୮ ବର୍ଷ, ଅମିର ଖୁରା ୩୦ ବର୍ଷ, ତ୍ରିଲୋଚନ ଭତରା ୨୫ ବର୍ଷ, ଲାଲୁ ରଣା କାମରା- ୨୬ ବର୍ଷ। ବର୍ତ୍ତମାନ ନବରଙ୍ଗପୁର ପଡାଲଗୁଡା ଗ୍ରାମରେ ଶକର ଛାୟା ଖେଳିଯାଇଛି।