ଶୋଚନୀୟ ଅବସ୍ଥାରେ ମୂଖିଗୁଡା ଇନ୍ଦ୍ରାବତୀ ଘାଟି ରାସ୍ତା

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଉପର ଇନ୍ଦ୍ରାବତୀ ପ୍ରକଳ୍ପ ଘାଟି ରାସ୍ତା ଦୀର୍ଘ ବର୍ଷ ହେଲା ଶୋଚନୀୟ ହୋଇ ପଡିଛି। କିନ୍ତୁ  ପ୍ରକଳ୍ପ ଅଧିକାରୀ ମାନଙ୍କ ଦୃଷ୍ଟି ପଡୁ ନଥିବା ଅଭିଯୋଗ ହେଉଛି। ଉକ୍ତ ରାସ୍ତାରେରେ ଦୈନିକ ଶହ ଶହ ଛୋଟ ବଡ଼ ଗାଡି ସହ ବଡ଼ ବଡ଼ ଟ୍ରକ ଯାତାୟାତ କରୁଥିବାବେଳେ ରାସ୍ତା ସଂକୀର୍ଣ୍ଣ, ଖାଲଖମା ଭର୍ତ୍ତି ହେବା ଫଳରେ ଯିବା ଆସିବା କରୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି। ପ୍ରକଳ୍ପର ପାରିପାର୍ଶ୍ବିକ ଅଞ୍ଚଳରେ ବିକାଶ କରିବା ପାଇଁ ପ୍ରକଳ୍ପ ସ୍ଥାପନବେଳେ ସ୍ୱତନ୍ତ୍ର ନିୟମ ରହିଥିଲା । କିନ୍ତୁ ବିଶ୍ୱ ଦରବାରରେ ପରିଚିତ ଇନ୍ଦ୍ରାବତୀ ପ୍ରକଳ୍ପର ପାରିପାର୍ଶ୍ବିକ ଅଞ୍ଚଳ କେତେ ବିକାଶ ହୋଇଛି ତାହା ଏହି ଦୃଶ୍ୟ ପ୍ରମାଣ କରୁଛି।