ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ନିବାସୀ କୃଷ୍ଣ ଚନ୍ଦ୍ର ରଥଙ୍କ ହୃଦ୍ ଘାତରେ ପରଲୋକ ହୋଇଛି। ସେ ସହକାରୀ ଶିକ୍ଷକ( ଏକ୍ସ କ୍ୟାଡ଼ର) ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁରେ ଖାତିଗୁଡ଼ା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗ୍ରାମରେ କୁନା ଭାଇନା ଭାବେ ସଭିଙ୍କ ନିଜର ଥିଲେ। ଅନ୍ତିମ ଯାତ୍ରା ଲୋକାରଣ୍ୟ ହୋଇଯାଇଥିଲା। ଜଣେ ଶିକ୍ଷକ ସହ ଜଣେ କର୍ମକାଣ୍ଡ ପୁରୋହିତ ଥିଲେ। ଆଜି ଯେଉଁ ପରିବେଶ ସୃଷ୍ଟି ହୋଇଥିଲା ଯେ ଅକୁଣ୍ଠ ଭଲ ପାଇବା କିଭଳି ମିଳେ ଜାଣିବାକୁ ମିଳିଥିଲା। ଶୋକ ସନ୍ତତ୍ପ ପରିବାରରେ ସ୍ତ୍ରୀ, ଝିଅ ଜୂଇଁ ନାତି ଓ ପୁଅ ଅଛନ୍ତି। ପ୍ରାଥମିକ ଶିକ୍ଷକ ସଂଘ ସଭାପତି କ୍ଷେତ୍ର ମୋହନ ବିଶୋଇ, ସମ୍ପାଦକ ପ୍ରଦୀପ ସୁନା ଏବିଇଓ ମୋହନ ମଧୁସୂଦନ ବାଗ, ଏକ୍ସ କ୍ୟାଡ଼ର ସଂଘ ରାଜ୍ୟ ସମ୍ପାଦକ ହାନେସ ପାତ୍ର ବାଘ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସଦାଶିବ ଜାନୀ, ସମିତି ସଭ୍ୟ ସୁଧୀର ଖୁରା, ବ୍ଲକ ବ୍ରାହ୍ମଣ ସମାଜ ସଙ୍ଗଠନ ସମ୍ପାଦକ ସମେତ ସମାଜର ସବୁ ବର୍ଗର ଲୋକେ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି। ପୁରୋହିତ ତପନ ତ୍ରିପାଠୀଙ୍କ ମନ୍ତ୍ରୋଚ୍ଚାରଣରେ ଅନ୍ତିମ ଯାତ୍ରା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ପୁଅ ଅରୁଣ କୁମାର ରଥ ମୁଖାଗ୍ନି ଦେଇଥିଲେ।