ବନ ବିଭାଗ ପକ୍ଷରୁ ଜବର ଦଖଲ ଜମିରେ ବୃକ୍ଷ ରୋପଣ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ( କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରେଞ୍ଜ ଅଧୀନ ମୈଦଲପୁର ବନବିଭାଗ ତରଫରୁ ଖୁଡ଼ିଗୁଡା ଭିଏସଏସ ମଧ୍ୟରେ ଥିବା ଗୁଡ଼ପାଣିପଦର ଠାରେ ୨୦ ହେକ୍ଟର ଜବର ଦଖଲ ଜଙ୍ଗଲ ଜମିରେ ୩୨ ହଜାର ଚାରା ରୋପଣ କରାଯାଉଛି। ଜଙ୍ଗଲ ଜମି ଦଖଲ କରିଥିବା କିଛି ଜଙ୍ଗଲି ବିରୋଧ କରୁଥିବାରୁ ସେମାନଙ୍କୁ ପ୍ରଥମେ ବୁଝାସୁଝା କରାଯାଇଥିଲା। ସୂଚନା ଅନୁସାରେ ମୈଦଲପୁର ବନ ବିଭାଗ ଅଧୀନରେ ଥିବା ଗୁଡ଼ପାଣିପଦର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଆଦିବାସୀ ମାନେ ଜଙ୍ଗଲ ସଫା କରି ଦଖଲ କରିବା ସହ ମକା ଚାଷ କରୁଥିଲେ। ଏହାକୁ ବନ ବିଭାଗ ଓ ବନ ସୁରକ୍ଷା କମିଟି ଚାଷ କରିବାକୁ ବିରୋଧ କରିଥିଲେ। ପରେ  ବନ ବିଭାଗ ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ବୁଝାସୁଝା କରିବାରୁ ସେହି ଜବର ଦଖଲ ଜଙ୍ଗଲ ଜମିର ୨୦ ହେକ୍ଟର ଜମିରେ ୩୨ ହଜାର ଚାରା ରୋପଣ ପାଇଁ ଗାତ ଖୋଲିବା କାମ ଆରମ୍ଭ କରାଯାଇଛି। ଏହି ସମୟରେ ରେଞ୍ଜର ଉମାକାନ୍ତ ପଟ୍ଟନାୟକ, ବନପାଳ ମଧୁସୂଦନ ପାତ୍ର,ବନରକ୍ଷୀ ବସନ୍ତ ନାୟକ, ମଧୁସ୍ମିତା ତ୍ରିପାଠୀ, ପରେଶ ବିଷୋୟୀ, ସରସ୍ବତୀ ମେହେର, ତାପସ ପଟ୍ଟନାୟକ, ବୈଦ ମାଝୀ, ଗଜେନ୍ଦ୍ର ଜାନି, ଭୁଜ ଅଗ୍ରିଆ, ଜୟନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।