କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ଗୋଷ୍ଟି ଶିକ୍ଷା ବିଭାଗ ଅନ୍ତର୍ଗତ ଲଡୁଗାଁ ପଞ୍ଚାୟତ ଘନାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ସାହୁଙ୍କୁ ମଙ୍ଗଳବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶିକ୍ଷକ ଉମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବିଆରସିସି ତୋଫାନ ମାଝୀ ମୁଖ୍ୟବକ୍ତା, ଲଡୁଗାଁ କ୍ଲଷ୍ଟର ସିଆରସିସି ଫାଲଗୁନି ବାଣୁଆ, ଶିକ୍ଷକ ବିରଞ୍ଚି ବାଗ, ଦେବୀସିଂ ମାଝୀ, ତ୍ରିନାଥ ନାଗ, ରଞ୍ଜିତ ଖମାରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀସାହୁଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ। ମଞ୍ଚକୁ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ପରିଚାଳନା କରିଥିଲେ। ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ପ୍ରେମଲାଲ ସାହୁ, କାମଦେବ ନାଏକ ପ୍ରମୁଖ ସହଯୋଗ କରିଥିଲେ।