ବିହନ ବ୍ୟବସାୟ କେନ୍ଦ୍ର ଓ ଧାନ ବିହନ କେନ୍ଦ୍ର ଯାଞ୍ଚ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଦଳ କୃଷି ଜିଲ୍ଲା ଅଧ୍ବକାରୀ ଅନିଲ କୁମାର ପ୍ରହରାଜ, ବିହନ ନିରୀକ୍ଷକ ଅମିତ୍ କୁମାର ମାଲିକ, ଜିଲ୍ଲା ମୁଖ୍ୟ କୃଷି ଅଧ‌ିକାରୀ କାର୍ଯ୍ୟଳୟ ସ୍କିମ ଅଫିସର ପ୍ରଣୟ କୁମାର ମନ୍ତ୍ରୀ, ରାମଚନ୍ଦ୍ର ମୁଦୁଲି ବ୍ଲକ କୃଷି ଅଧିକାରୀ ବରୁଣ କୁମାର ଧନପାଲ ପୋଲିସ ଅଧିକାରୀ ବାଲାଜୀ ବେହେରା ମାଜିଷ୍ଟେଟ ଭାବେ ସହକାରୀ ତହସିଲଦାର ସିମାଞ୍ଚଳ ପାତ୍ର ପ୍ରମୁଖ ଆଜି  ତେନ୍ତୁଳିଖୁଣ୍ଡି ବ୍ଲକର ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ବିହନ କେନ୍ଦ୍ର ଓ ଲାଇସେନ୍ସ ବିହୀନ ବିହନ ବିକ୍ରୟକେନ୍ଦ୍ର ଯାଞ୍ଚ କରିଥିଲେ। ପ୍ରାୟ ପନ୍ଦର ରୁ ଉର୍ଦ୍ଧ ବିହନ ଓ ସାର ବିକ୍ରୟ କେନ୍ଦ୍ର ଉପରେ ଅଚାନକ ଚଢ଼ାଉ କରାଯାଇ ଦୋକାନର କ୍ଷୁକ୍ ସାର, ବିହନ ସମେତ ସମସ୍ତ ବିଲ୍ ଯାଞ୍ଚ କରିଥିଲେ। ତିନି ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ତିନିଟି କେନ୍ଦ୍ର ସିଲ କରାଯାଇ ସାମଗ୍ରୀ ଜବତ କରାଯାଇଛି। ଲାଇସେନ୍ସ ନ ଥାଇ ବିକ୍ରି କରୁଥ‌ିବା କେନ୍ଦ୍ର ଯାଇ ଯାଞ୍ଚ କରିଛନ୍ତି। କୌଣସି କମ୍ପାନୀ ର ବିହନକୁ ବିନା ଉତ୍ସ ପ୍ରମାଣ ପତ୍ରରେ ରଖୁବା ଓ ବିକ୍ରି କରିବା ଅନୁମତି ନାହିଁ ଯଦି ଉକ୍ତ ବିହନ ବ୍ୟବସାୟ କରନ୍ତି ଲାଇସେନ୍ସ ପ୍ରତ୍ୟାହାର କରାଯିବ ବୋଲି ସମସ୍ତ କେନ୍ଦ୍ର ମାଲିକଙ୍କୁ ଚେତାବନୀ ଦେଇଥିଲେ। ଏଭଳି ବିହନ ବିକ୍ରି କରୁଥ‌ିବା ତିନି ଜଣଙ୍କୁ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ବ୍ୟବସାୟୀ ଦୈନିକ ଷ୍ଟିକ୍, କାହାର ଦର କେତେ ଉଲ୍ଲେଖ ଥାଇ ବୋର୍ଡ ଝୁଲାଇବେ, ପ୍ରତ୍ୟହ ସାର ଓ ବିହନ ଷ୍ଟକ୍ ପଞ୍ଜୀକୃତ କରିବେ। ସାର ବିକ୍ରୟ କେନ୍ଦ୍ର ଅଲଗା ରଖୁବେ ଦୃଷ୍ଟି ରଖୁବେ ଯେଭଳି ସାର ଭୃକ୍ ନିକଟରେ ଖାଦ୍ୟ ସାମଗ୍ରୀ ରହିବ ନାହିଁ। ଚାଷୀ ଯେଭଳି ଡିବିଟି ସୁବିଧା ପାଇ ପାରିବେ ସେହି ଦିଗ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଖବର ଲେଖା ଯିବା ପର୍ଯ୍ୟନ୍ତ ଚଢ଼ାଉ ଜାରୀ ରହିଛି। ଚଢ଼ାଉ ବେଳେ ଜିତେନ୍ ଟାକ୍ରୀ, ମଧୁସ୍ମିତା ପତି, ବନ୍ଦିତା ମହାରଣା, ଏଟିଏମ ବାଳ ଗୋବିନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।