- ଆଦିବାସୀ ମହିଳାଙ୍କୁ ରୋଜଗାର ଯୋଗାଉଛି, ବଡା ଛତୁ
କୋଷାଗୁମୁଡା/କ୍ରାନ୍ତୀକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଦୈନିକ ବଜାରରେ ବାରମାସରେ ୠତୁ ଅନୁଯାୟୀ ମିଳୁଥିବା ପ୍ରତ୍ୟେକ ପନିପରିବା ସଠିକ ସମୟରେ ମିଳିଥାଏ ବୋଲି ସ୍ଥାନୀୟ ଓ ପଡ଼ୋଶୀ ଜିଲ୍ଲାରେ ମଧ୍ୟ ଚର୍ଚ୍ଚାରେ ରହିଆସିଛି। ଆଜି କୋଷାଗୁମୁଡ଼ା ଦୈନିକ ବଜାରରେ ପ୍ରଥମ କରି ବଡା ଛତୁ ବିକ୍ରି ପାଇଁ ଆସିଥିବାବେଳେ ବଡା ଛତୁ ଆଗ୍ରହୀ ଗ୍ରାହକଙ୍କ ଭିତରେ କ୍ରୟ କୁ ନେଇ ପେଲା ଠେଲା ଦେଖିବାକୁ ମିଳିଥିଲା। ୠତୁର ଆଗମନ ନହୋଉଣୁ ବଡା ଛତୁ ବଜାର କୁ ଆସିବାର ଦେଖି ଗ୍ରାହକଙ୍କ ମନରେ ମୁଲ୍ୟ ର ଭାବ ବିନିମୟ ନକରି ଚକୋନୀ (ପତ୍ର ଥୋଲା)କୁ ୧୦୦ଟଙ୍କା ଲେଖାଏଁ ରେ କ୍ରୋୟ କରିଥିବା ର ଦେଖିବାକୁ ମିଳିଛି। ଏହି ବଡା ଛତୁ ଆମ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ୠତୁ ଅନୁସାରେ ଆଦିବାସୀ ମହିଳା ଭଲ ଦୁଇପଇସା ରୋଜଗାର କରିଥାନ୍ତି। ଏହାକୁ ଠିକ ନୋନଭେଜ ଭଳି ରୋଷେଇ କଲେ ବହୁତ ସୁସ୍ଵାଦ ବୋଲି ବଡା ଛତୁ ର ଦାମ କିଲୋ ଗ୍ରାମ ପିଛା ୧୮୦୦ ରୁ ୨୦୦୦ଙ୍କା ପର୍ଯ୍ୟନ୍ତ ବିକ୍ରୀ ବୃଦ୍ଧି ପାଇବା ପରିଲକ୍ଷିତ ହୋଇଥାଏ। ଏହାକୁ ବର୍ତ୍ତମାନ ଚାଷ ପ୍ରଣାଳୀରେ ଉତ୍ପାଦନ କରି ଛତିଶଗଡ ଓ ଆନ୍ଦ୍ରପ୍ରଦେଶର ଚାଷୀମାନେ ବହୁତ ଟଙ୍କା ଉପାର୍ଜନ କରିଥାନ୍ତି। ଓଡ଼ିଶାରେ ସାଗୁଆନ(ସର୍ଗି) ଜଙ୍ଗଲ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଏହି ବଡା ଛତୁ ଉତ୍ପନ୍ନ ହୋଇଥାଏ । ବଜ୍ରପାତ ସହ ବର୍ଷା ହେବାର ଗୋଟିଏ ଦିନ ଖରା ହେବା ପରେ ବଡା ଛତୁ ଫୁଟି ବା କୁ ଦେଖି ତା’ଆର ଦିନ ସକାଳୁ ସକାଳୁ ବଡା ଛତୁ ସଂଗ୍ରହ କରିବାକୁ ଅଧିବାସୀ ମହିଳା ଜଙ୍ଗଲ ଯାଇଥାନ୍ତି ବୋଲି କହିଛନ୍ତି। ଗୋଟିଏ ଗୋଟିଏ ଦିନରେ ପ୍ରାୟ ୪ହଜାର ରୁ ୬ହଜାର ଟଙ୍କା ବିକ୍ରି କରିବା ବଡା ଛତୁ ବିକାଳୀ ମହିଳା ମାନଙ୍କ ଦ୍ଵାରା ଜଣାପଡିଛି।