ନିଶା ନିବାରଣ ପାଇଁ ଗଡ଼ିଲା ଆମ ସଂକଳ୍ପ ସଚେତନତା ରଥ

ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆମ ସଂକଳ୍ପ ସଚେତନତା ରଥକୁ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ଯାଜପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଏବଂ ପୌରାଞ୍ଚଳ ବୁଲି ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଲୋକଙ୍କୁ ସଚେତନ କରାଇବ। ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୁଲିବ, ଏହି କାର୍ଯ୍ୟକ୍ରମରେ ଯାଜପୁର ଅବକାରୀ ଅଧିକ୍ଷକ ଟି.କେ. ଟାଣ୍ଡେଲ୍, ଡେପୁଟି ଅବକାରୀ ଅଧିକ୍ଷୀକା ଅନିତା ଓଝା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ସମସ୍ତ ଅବକାରୀ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ଚାଲିଥିବା ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ଲାଗିବ ଲଗାମ। ଏହି କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଅବକାରୀ ବିଭାଗ ସଂକଳ୍ପବଦ୍ଧ ବୋଲି କୁହାଯାଇଛି।