ମ. ରାମପୁର ଷ୍ଟେଟ ବ୍ୟାଙ୍କ ର ବିଚିତ୍ର ନୀତି… ଖାଲି ଏଟିଏମ ଖୋଳକୁ ଯଗିଛନ୍ତି ସିକୁରିଟି

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଷ୍ଟେଟ ବ୍ୟାଙ୍କର ବିଚିତ୍ରା ନୀତି ଦେଖିବାକୁ ମିଳିଛି। ଗ୍ରାହକ ମାନେ ସୁବିଧାରେ ଯେକୌଣସି ସମୟରେ ଏବଂ ବ୍ୟାଙ୍କରେ ଗହଳି କମାଇବା ପାଇଁ ଜନ ଗହଳି ସ୍ଥାନରେ ଟଙ୍କା ନେଣ ଦେଣ ପାଇଁ ଏଟିଏମ ସେବା ବ୍ୟବସ୍ଥା କରାଯାଇଛି। ହେଲେ ବ୍ୟାଙ୍କ ଅଧିକାରୀ ମାନଙ୍କ ଦାଇତ୍ୱ ହୀନତା ଯୋଗୁଁ ଏଟିଏମ ସେବା ଯୋଗେଇବାରେ ବିଫଳ ହୋଇଛନ୍ତି। ଏପରି ଦେଖିବାକୁ ମିଳିଛି ମ. ରାମପୁର ସଦର ବସ୍ ଷ୍ଟାଣ୍ଡ ନିକଟ ପଚାୟତ କାର୍ଯ୍ୟାଳୟ କୁ ଲାଗି ରହିଥିବା ଏଟିଏମ କାଉଣ୍ଟର। ଏହି ଏଟିଏମ ବର୍ଷ ତମାମ ଅଚଳ ହୋଇ ପଡିଛି। କିନ୍ତୁ ହାସ୍ୟାସ୍ପଦ ଯେ ଏହି ଏଟିଏମ ଘରେ ଏକ ଖାଲି ଖୋଳ ପଡ଼ିରହିଛି। ଏବଂ ଉକ୍ତ ଖୋଳ କୁ ଜଣେ ସିକୁରିଟି ଗାର୍ଡ ଜଗିଥିବା ଦେଖିବାକୁ ମିଳିଛି। ଖାଲି ସେତିକିନୁହଁ ବର୍ଷ ବର୍ଷ ପଞ୍ଚାୟତକୁ ଘର ଭଡା ବିଦ୍ୟୁତ ବିଭାଗକୁ ବିଦ୍ୟୁତ ବିଲ ବାବଦକୁ ମାସିକ ହଜାର ହଜାର ଟଙ୍କା ମଧ୍ୟ ଦିଆହଉଛି। ଉକ୍ତ କାଉଣ୍ଟର ରେ ହଜାର ହଜାର ଗ୍ରାହକ ନିର୍ଭର କରୁଥିବା ବେଳେ ବ୍ୟାଙ୍କ ଅଧିକାରୀଙ୍କ ଠାରେ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଇଛି। ଏ ନେଇ ବ୍ୟାଙ୍କ ପରିଚାଳକଙ୍କୁ ପଚାରିବାରୁ ମେସିନ ସଜାଡ଼ିବା ପାଇଁ ନେଇଛନ୍ତି, ଏବେ ପର୍ଯ୍ୟନ୍ତ ଆସିନାହିଁ ବୋଲି ହଲୁକାରେ କହିଛନ୍ତି। ଏଣୁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।