ଆଦିବାସୀ ଭବନ ଲୋକାର୍ପଣ ଲାଗି ପ୍ରସ୍ତୁତି ବୈଠକ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଭବାନୀପାଟଣା ସ୍ଥିତ ବାନ୍ଦୋପଳା ନିକଟରେ ନବ ନିର୍ମିତ ଆଦିବାସୀ ଭବନ ଆସନ୍ତା ୧୨ ତାରିଖରେ ଉଦଘାଟନ ହେବାକୁ ଯାଉଛି। ଏଥିପାଇଁ ଆଜି କୋକସରା ଠାରେ ବ୍ଲକ ଆଦିବାସୀ ସଂଘ ଆନୁକୂଲ୍ୟରେ ହେମନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ତ୍ରୀନାଥ ଶବର, କେତନ ପାତ୍ର, ଗରୁଡ ମାଝୀ, ନୀଳକଣ୍ଠ ମାଝୀ, ଭୁବନେଶ୍ୱର ଦିଶାରୀ, କ୍ଷିତିରାମ ପାତ୍ର ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଏବଂ ନୂତନ ଭବନ ଉଦଘାଟନୀ ସମାରୋହ କିପରି ସୁରୁଖୁରୁରେ ହେବ ସେନେଇ ବିଶେଷ ଆଲୋଚନା ହୋଇଥିଲା।