ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ମୈଦଲପୁରକୁ ବ୍ଲକ ମାନ୍ୟତା ଦାବି ଜୋର ଧରିବାରେ ଲାଗିଛି। ଏହି ପରିପେକ୍ଷିରେ ଆଜି ମୈଦଲପୁର କଲେଜ୍ ପଡ଼ିଆଠାରେ ୧୧ ଗୋଟି ପଂଚାୟତର ଶତାଧିକ ଲୋକ ସମେତ ଜନ ପ୍ରତିନିଧି ଏକତ୍ରିତ ହେବା ସହ ସର୍ବଦଳୀୟ ସାମ୍ୱାଦିକ ସମ୍ମିଳନୀ କରି ମୈଦଲପୁରକୁ ବ୍ଲକ ମାନ୍ୟତା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ମୈଦଲପୁରକୁ ବ୍ଲକ ମାନ୍ୟତା ପାଇଁ ସମସ୍ତ ପ୍ରକାର ମାନଦଣ୍ଡ ରହିଛି। ଏଣୁ ଦୀର୍ଘ ଦିନର ଏହି ଦାବି କୁ ପୂରଣ କରିବା ପାଇଁ ଲୋକଙ୍କ ସରକାର ନିକଟରେ ଉପସ୍ଥାପନ କରିବା ସହ ଅଞ୍ଚଳର ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ କେନ୍ଦ୍ର ପାଇଁ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ସାମ୍ୱାଦିକ ସମ୍ମିଳନୀରେ ନିଜର ମତ ରଖିଥିଲେ। ସେହିପରି ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀ ବ୍ଲକ ମାନ୍ୟତା ପାଇଁ ସର୍ବପ୍ରଥମେ ବିଧାନସଭା ଅଧିବେଶନରେ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ବ୍ଲକ ମାନ୍ୟତା ପାଇଁ ଲୋକଙ୍କ ମନରେ ଯେଉ ଉତ୍ସାହ ଓ ଉଦ୍ଦୀପନା ଉନ୍ମଚିତ ହେଉଛି ତାହା ଆଗାମୀ ଦିନରେ ବଡ଼ ପ୍ରତିବାଦ ଓ ଦାବି ପୂରଣ କରିବାରେ ସଫଳ ହେବ। ଯଦି ଆଗାମୀ ଦିନରେ ବ୍ଲକ ମାନ୍ୟତା ପ୍ରଦାନ କରାଯାଏ ତାହା ହେଲେ ଅଞ୍ଚଳର ମୌଳିକ ସମସ୍ୟା ଦୂର ହେବା ସହ ଲୋକେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବା ସହ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ବ୍ଲକ ମାନ୍ୟତା ପାଇଁ ଲଢେଇ କରିବା ଓ ବ୍ଲକ ମାନ୍ୟତା ଦିଆ ନଗଲେ ରାଜଧାନୀ ପର୍ଯ୍ୟନ୍ତ ସ୍ଵର ଉଠାଇବାକୁ ଚେତାବନୀ ଦେଇଛନ୍ତି। ସେହିପରି ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ ବ୍ଲକ ମାନ୍ୟତା ଦାବି ପାଇ ଯେଉଁ ଉଦ୍ୟମ ପାଇ ଲଢେଇ ଚାଲିଛି ତାହା ଆମର ବ୍ଲକ ମାନ୍ୟତା ପାଇଁ ସମସ୍ତ ମାନଦଣ୍ଡ ପୂରଣ ହେଉଛି। ଏଣୁ ଏହି ଦାବି ଜୋରଦାର ହେବା ସହ ଆଗାମୀ ବିଧାନସଭା ଅଧିବେଶନ ପ୍ରଶ୍ନକାଳ ମୈଦଲପୁରକୁ ବ୍ଲକ ମାନ୍ୟତା ପାଇ ଦାବି ଉଠାଇବା ସହ ଆନ୍ଦୋଳନ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ନିଜର ମତ ଜାହିର କରିଥିଲେ।ସେହିପରି ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଲିପିକା ମାଝୀ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ଏହି ଦାବି ରଖିବା ସହ ମୁଖ୍ୟମନ୍ତ୍ରୀଙ୍କୁ ବ୍ଲକ ମାନ୍ୟତା ପାଇଁ ପ୍ରସ୍ତାବ ଦିଆଯିବ ବୋଲି କହିଥିଲେ। ଆଜିର ଏହି ସମାବେଶ ଓ ସାମ୍ୱାଦିକ ସମ୍ମିଳନୀ ରେ ୧୧ଗୋଟି ପଂଚାୟତ ର ନେତା , ସରପଂଚ , ସମିତି ସଭ୍ୟ, ପୂର୍ବତନ ସରପଂଚ, ସମିତ ସଭ୍ୟ, ବୁଦ୍ଧିଜୀବୀ , ସାମ୍ୱାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ସଦସ୍ୟା ଡ ଲିପିକା ମାଝୀ ଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଗଠନ କରି ବ୍ଲକ ମାନ୍ୟତା ପାଇଁ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।