ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ମାର୍କେଟ ମୁଖ୍ୟରାସ୍ତା ଉପରେ ପଲପଲ ଗାଈଗୋରୁ ସନ୍ଧ୍ୟା ହେଲେ ମୁଖ୍ୟ ରାସ୍ତା ଓ ହାଇମେକ୍ସ ଛକ ନିକଟରେ ଆଶ୍ରୟ ନେଉଛନ୍ତି।ଏହାକୁ ନେଇ ସ୍ଥାନୀୟ ବଜାରର ଦୋକାନୀ, ଗ୍ରାହକ ଓ ଜାତାୟତ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଭଳି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସ୍ଥାନୀୟ ଗାଈଗୋରୁ ମୁଖ୍ୟ ରାସ୍ତାଉପରେ ଶୋଇରହିବାର ଆଶ୍ରୟ ନେଉଛନ୍ତି। ମୁଖ୍ୟରାସ୍ତା ଉପରେ ଗାଈ ଶୋଇ ରହୁଥିବାରୁ ରାତ୍ରକାଳୀନ ପରିବହନ ଏବଂ ଲୋକଙ୍କ ଗମନାଗମନରେ ନାହିଁନଥିବା ଅସୁବିଧା ସହ ଦୁର୍ଘଟଣା ନଜର ଆସିଛି। ଗାଈଗୋରୁଙ୍କ ମାଲିକ ଏଭଳି ଖୋଲା ଛାଡ଼ି ଦେଉଥିବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଏହାଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କିଛି ଜରିମାନାର କଟକଣା ଥୁଲେ ଗାଈଗୋରୁଙ୍କ ମାଲିକମାନେ ଏଭଳି ରାସ୍ତାର ଛାଡିନଥାନ୍ତେ। ତୁରନ୍ତ ଏହାର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଏବଂ ବଜାରର ବ୍ୟବସାୟୀ ଗଣ ପ୍ରଶାସନକୁ ନିବେଦନ କରିଛନ୍ତି।