ସେଟଲାଇଟ ମ୍ୟାପିଂ ଭୁଲ ଯୋଗୁଁ ଚାଷୀ ଙ୍କୁ ମିଲିପାରୁ ଟୋକନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ତହସିଲ ପଥର୍ଲା ଗ୍ରାମର ଚାଷୀ ମାନେ ସେଟେଲାଇଟ ମ୍ୟାପିଂ ତନ୍ତ୍ର ର ଭୁଲ ଯୋଗୁଁ ଆଜି ପର୍ଯ୍ୟନ୍ତ ଧାନ ବିକିବା ପାଇଁ ଟୋକନ ପାଇନଥିବା ଅଭିଯୋଗ କରି ସ୍ଥାନୀୟ ସଦର ବିଧାୟକ ସାଗର ଚରଣ ଦାସ ଙ୍କୁ ଲିଖିତ ରେ ସମସ୍ୟା ଜଣାଇ ସମାଧାନ ପାଇଁ ନିବେଦନ କରିଛନ୍ତି।ଲିଖିତ ସମସ୍ୟା ଅନୁଯାୟୀ ପଥର୍ଲା ଗ୍ରାମର ଚାଷୀ ମାନେ ତାଙ୍କର ଧାନ ବିକିବା ପାଇଁ ଉତ୍କେଲା ପ୍ରାଥମିକ କୃଷିଋଣ ସମିତି ରେ ପଞ୍ଜିକରଣ କରିଥିଲେ କିନ୍ତୁ ଅଦ୍ୟାବଧି ସେମାନଙ୍କୁ ଧାନ ବିକିବା ପାଇଁ। ଟୋକନ ମିଳିନାହିଁ କାରଣ ଗ୍ରାମର ୭୫ ଟି ଚାଷ ଜମି ଭି.ଓ.ପି.ଏଲ.ଏମ ସେଟଲାଇଟ ମ୍ୟାପିଂ କରି ଭୁଲ ରେ ଚାଷଜମି ରୁ ବାହାର କରିଦିଆଯାଇଛି ଯେଉଁଟାକି ମ୍ୟାପିଂ ତନ୍ତ୍ର ର ଯାନ୍ତ୍ରିକ ଭୁଲ ବୋଲି ଅଭିଯୋଗ କରିଛନ୍ତି ଚାଷୀ।କିନ୍ତୁ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇ ସେହି ୭୫ ଟି ଚାଷ ଜମି ରେ ଚାଷ ହେଉଥିବା ସ୍ପଷ୍ଟ କରିଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚାଷୀ ମାନେ ଗ୍ରାମ ପାଖରେ ଥିବା କିକିଆ ପ୍ରକ୍ୟୁମେଣ୍ଟ ରେ ତାଙ୍କର ରବି ଧାନ ବିକିପାରୁ ନାହାନ୍ତି।ସମସ୍ତ ସମସ୍ୟା ଶୁଣିଲା ପରେ ବିଧାୟକ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ ଓ ଜିଲ୍ଲାପାଳ ମଧ୍ୟ ସମସ୍ୟାକୁ ଗୁରୁତ୍ଵ ଦେଇ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା ସୁରକ୍ଷା ବିଭାଗର ବିଶେଷ ସଚିବ ଙ୍କୁ ଚିଠି କରିଥିବା ବିଧାୟକ ପ୍ରକାଶ କରିବା ସହିତ ଖାଦ୍ୟ ଓ ଯୋଗାଣ ବିଭାଗର ମନ୍ତ୍ରୀ ଏବଂ ସଚିବ ଙ୍କୁ ନିଜେ ଚିଠି ମାଧ୍ୟମରେ ସୂଚିତ କରି ଯଥା ଶୀଘ୍ର ଚାଷୀ ଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଅନୁରୋଧ କରିଥିବା ବିଧାୟକ ଙ୍କ ଯୁବ କଂଗ୍ରେସ ସଭାପତି ବିଜୟ ଦୀପ ପ୍ରକାଶ କହିଛନ୍ତି।