ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଏସ୍ପିଙ୍କ ନିର୍ଦ୍ଧେଶରେ ଜୟପାଟଣା ଥାନା ଅଞ୍ଚଳ ରୁ ସାଢ଼େ ୬ କ୍ୟୁଣ୍ଟାଲ ବିସ୍ଫୋରକ ସହ ୧୧୫ ଟି ଡିଟୋନେଟର ଜବତ କରିଛି ଜୟପାଟଣା ପୋଲିସ। ଗୋଟିଏ ଟ୍ରକ ଆଉ ଗୋଟିଏ ପିକପ ଭ୍ୟାନରେ ବେଆଇନ ଭାବେ ବିସ୍ଫୋରକ ଆସିଥିଲା। ଏ ନେଇ ଖଣି ବିଭାଗ ପକ୍ଷରୁ ଜୟପାଟଣା ଥାନାରେ ଅଭିଯୋଗ କରାଯାଇଛି। ଉକ୍ତ ବିସ୍ଫୋରକ କଣ୍ଟାବାଞ୍ଜିରୁ ଯୋଗାଣ କରିଥିଲେ। ତେବେ ସେ କିପରି ଏତେ ପରିମାଣରେ ବିସ୍ଫୋରକ ପରିବହନ କରୁଥିଲେ ଓ ଏହା କେଉଁଠି କୁ ଯାଉଥିଲା ତାହା ତଦନ୍ତ ସାପେକ୍ଷ। ବର୍ତ୍ତମାନ ଖଣି ବିଭାଗ ଅଧିକାରୀ ଓ ଜୟପାଟଣା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଚାରିଜଣ କୁ କୋର୍ଟ ଚାଲାଣ କରାଯାଇଛି।