ମା’ ଯୋଗମାୟା ପୀଠର ୱେବସାଇଟ ଉନ୍ମୋଚନ

କେସିଙ୍ଗା/ କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁର୍ଗିମୁଣ୍ଡାର ମାଆ ଯୋଗମାୟା ଶକ୍ତିପୀଠ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗ ଦେଇ ମନ୍ଦିର ଟ୍ରଷ୍ଟର ଏକ ୱେବସାଇଟ ଶୁଭାରମ୍ଭ କରିବା ସହ ଶକ୍ତିପୀଠରେ ବିଶ୍ଵ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ମାଆ ଙ୍କ ପୀଠରେ ଲାଗିଥିବା ବିଭିନ୍ନ ବୃକ୍ଷ ମାନଙ୍କରେ ବୃକ୍ଷ ବିଷୟରେ ପର୍ଯ୍ୟଟକ ଙ୍କ ଅବଗତି ନିମନ୍ତେ ବାରକୋଡ଼ ଲଗାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବରେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଯୋଗଦେଇଥିବା ବେଳେ କୁଣ୍ଡାବନ୍ଧ ସରପଞ୍ଚ ରୋଜି ପ୍ରଧାନ,ମନ୍ଦିର ପରିଚାଳନା ଟ୍ରଷ୍ଟ ଅଧ୍ୟକ୍ଷ ମୋତିଲାଲ ବଗର୍ତ୍ତି, ସମ୍ପାଦକ ଯଯାତି କେଶରୀ ଦେଓ, କୋଷାଧ୍ୟକ୍ଷ ଅଶ୍ୱନି ବିଶ୍ଵାଳ, ନବୀନ ପ୍ରଧାନ, ନେତ୍ରାନନ୍ଦ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ।