ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ରାମେଶ୍ୱର ମନ୍ଦିର ପରିସରରେ ନର୍ଲା ନିର୍ବାଚନ ମଣ୍ଡଳୀର ସମ୍ବିଧାନ ବଞ୍ଚାଓ ଅଭିଯାନ କମିଟି ଅଧ୍ୟକ୍ଷ ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନର୍ଲା ନିର୍ବାଚନ ମଣ୍ଡଳୀର ନର୍ଲା, କର୍ଲାମୁଣ୍ଡା, ମ,ରାମପୁର ଓ କେସିଙ୍ଗା ବ୍ଲକର ୯ ଗୋଟି ପଞ୍ଚାୟତର ସମସ୍ତ କଂଗ୍ରେସ କର୍ମୀ ସାମିଲ ହୋଇ ଥିବାବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା ମଣ୍ଡଳ ସଭାପତି ଉଛବ ସାହୁ, ପ୍ରିତମ ବେହେରା, ମାଣିକ ସୁନା ରାଜକୁମାରୀ ସରାପ, ହେମାନ୍ଦ୍ରୀ ସାହୁ, ବରିଷ୍ଠ କଂଗ୍ରେସ ନେତା ରୁଦ୍ର ପ୍ରତାପ ସିଂହ, କିର୍ତ୍ତନ ସାହୁ, ଚିତ୍ତରଞ୍ଜନ ବାଗ, କୁଳମଣି ଗୈାଡିଆ, ସୁରେଶ ଚୋଉଧୁରୀ, ପ୍ରମୋଦ ଭୋଇ, କାଳିଆ ଚୋଉଧୁରୀ, ରଶ୍ମି କୁମାର ସାହୁ, ସମେତ ଚାରି ଗୋଟି ବ୍ଲକର ଶହଶହ କଂଗ୍ରେସ ପ୍ରମୀ ଯୋଗ ଦେଇଥିଲେ।