ଜଙ୍ଗଲ ଅଧିକାର ଗ୍ରାମସଭା ଅନୁଷ୍ଠିତ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା):ଆଜି କଳାହାଣ୍ଡି ଜିଲ୍ଲାର ନର୍ଳା ବ୍ଲକ ବାଳସିଙ୍ଗା ଗ୍ରାମ ପଞ୍ଚାୟତର ତେର୍ଳୋ ଗ୍ରାମଠାରେ ଜଙ୍ଗଲ ଅଧିକାର କମିଟି ତଥା ଗ୍ରାମ ସଭା ସଭ୍ୟ /ସଭ୍ୟା ମହିଳା ଗୋଷ୍ଠୀ ମାନଙ୍କୁ ନେଇ ସେବାଜଗତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଜଙ୍ଗଲ ବିଭାଗ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନର୍ଲାର ଯୁଗ୍ମ ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ମୁଖ୍ୟ ବକ୍ତା ଶ୍ରୀ ଦିଆଳୁ ରାଉତ ବନରକ୍ଷୀ ସମ୍ମାନିତ ଅତିଥିଭାବେ ଭବାନୀ ଶଙ୍କର ନାଏକ ବନରକ୍ଷୀ ନର୍ଳା, ଗୟା ମାଝୀ ବନରକ୍ଷୀ ବେଳଗା, ଶୁଶିଲ କୁମାର ମହାରଣା ବନରକ୍ଷୀ ହରଲଙ୍ଗା, ଅନ୍ୟାନ୍ୟ ବନ କର୍ମଚାରୀ ଯଥା ଗୋରୀ ମହାରଣା, ମଧୁସ୍ମିତା ଭୋଇ, ମୋତିରଶ୍ମୀ ଛତ୍ରିଆ, ସରିତା ପୁଝାରୀ, ସଞ୍ଜୁକ୍ତା ନାଏକ ସୋନାଲ ସଙ୍ଘମିତ୍ରା ସାହୁ ଓ ଆମ ଜଙ୍ଗଲ ଯୋଜନା ବ୍ଲକ ସଂଯୋଜକ ପଦ୍ମଲୋଚନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ଉକ୍ତ କାର୍ଯ୍ୟକ୍ରମକୁ ସେବାଜଗତ ଅନୁଷ୍ଠାନ ସଂଯୋଜକ ଟଙ୍କଧର ବଗର୍ତ୍ତି, କାର୍ଯ୍ୟପରିଚାଳନା କରିଥିଲେ। ଉପସ୍ଥିତ ରହି ଅତିଥି ମାନେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଜଙ୍ଗଲ ଆବଶ୍ୟକତା ଉପରେ ଆଲୋଚନା କରି ଜଙ୍ଗଲ ସୁରକ୍ଷା ଓ ସୁ ପରିଚାଳନା ପାଇଁ ନିଜ ନିଜର ଭୂମିକା ଆଲୋକପାତ କରିଥିଲେ। ତତସହିତ କେମିତି ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ବର୍ଜନ କରିବା ସେ ଉପରେ ଆଲୋଚନା କରିଥିଲେ । ଶେଷରେ ଅମିତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।