କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଭୁବନେଶ୍ଵରରୁ ଉମରକୋଟ ଫେରୁଥିବା ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ। ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ଚାରବାହାଲ ସ୍କୁଲ ନିକଟରେ ଆଜି ଭୋର ସମୟରେ ଘଟିଛି ଏହି ଦୁର୍ଘଟଣା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣ କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଜୁନାଗଡ଼ ମୋଡିକାଲେରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି। ସୂଚନା ଯେ’ ରାସ୍ତାରେ ଅଟକିଥିଲା ଏକ ଟ୍ରକ୍ ସହିତ ଭୁବନେଶ୍ଵରରୁ ଉମରକୋଟ ଫେରୁଥିବା ରଘୁନାଥ ନାମକ ଏକ ଘରୋଇ ବସ ପିଟିହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକ ର ପରିଚୟ ମିଲିପାରି ନାହିଁ, କିନ୍ତୁ ଝରିଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ ଶବ ଜବତ କରି ଜୁନାଗଡ଼ ମୋଡିକାଲ କୁ ପଠାଇ ଦେଇଛନ୍ତି।