ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : ଜୟପାଟଣା ବ୍ଲକ ମିଶନ ଶକ୍ତି ଭବନ ପରିସରରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୋଟ ୯ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୭ ଜଣ ମହିଳା ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣ କରିଥିବା ସମସ୍ତ ମହିଳା ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହିତ ପ୍ରଥମ ଓ ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ତହସିଲଦାର ରଘୁନାଥ ମୁଣ୍ଡାରୀ, ସିଡିପିଓ ସୂର୍ଯ୍ୟକାନ୍ତି ପାଟ୍ଟଯୋଶୀ, ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ କୁମାର ମୁଣ୍ଡ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ମହିଳା ପରିଦର୍ଶିକା, ଅଗ୍ନିଶମ ବିଭାଗ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଓଏଲଏମ ଓ ମିଶନ ଶକ୍ତି କର୍ମଚାରୀ ମାନେ ଉପସ୍ଥିତ ଥିଲେ।ମିଶନ ଶକ୍ତି କର୍ମଚାରୀ ରୋହିତ କୁମାର ବିଶ୍ୱାଳ ମଳୟ କୁମାର ଦଳପତି ଓ ହେମନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।