ଶୟନ ମୁଦ୍ରାରେ ସିଂହପୁର ଆଞ୍ଚଳିକ ଉନ୍ନୟନ ଦପ୍ତର

ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟଜ (ପ୍ରଦୀପ କୁମାର ମଲ୍ଲିକ) : ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଭିନ୍ନ କାର୍ଯ୍ୟାଳୟ ଦ୍ୱାରା  ଜନହିତକର କାର୍ଯ୍ୟ କରିବାକୁ ଯୋଜନା ମାନ କରିଛନ୍ତି। କିନ୍ତୁ ଦେଖାଯାଏ ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ଓ ବିନା କର୍ମଚାରୀରେ ଅଫିସ, ଜଙ୍ଗଲ ବା ଭୁତକୋଠୀରେ ପରିଣତ। ଏପରି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଆର.ଡି କାର୍ଯ୍ୟାଳୟ। ଏଠାରେ ଅଫିସ ହେଲା ଦିନରୁ କୌଣସି ଅଧିକାରୀ ମାସରେ ଦୁଇ ଚାରି ଦିନ ବି ଆସନ୍ତି ନାହିଁ। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଫିସକୁ ଆସି ବାରଣ୍ଡାରେ ଚେୟାର ପକାଇ ଶୋଇ ଶୋଇ ଘରକୁ ଯାଆନ୍ତି। ଅନ୍ୟପଟେ ଅଫିସ ଗୃହ ମରାମତି, ରଙ୍ଗ ଦେବା, ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ବିଲ କରି ଠିକାଦାର ଓ ଅଧିକାରୀଙ୍କ ମିଲି ଭଗତରେ ଚାଲିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦୃଢ ଦାବୀ ହେଉଛି।