ଥୁଆମୂଳ ରାମପୁର / କ୍ରାନ୍ତିକ୍ଷେତ୍ର ନ୍ୟୁଜ୍:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ତାଳବନ୍ଧ ପଡାର ଜାମଝୋଲା ପଡିଆରେ ଆରମ୍ଭ ହୋଇଛି ମା ମାଣିକେଶ୍ବରୀ ନାଇଟ୍ ସାର୍କିଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ । ତାଳବନ୍ଧ ପଡା ଦ୍ବାରା ଆୟୋଜିତ ଦ୍ବିତୀୟ ସଂସ୍କରଣର ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି।ସ୍ଥାନୀୟ ତାଳବନ୍ଧ ପଡା ଦ୍ବାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଆୟୋଜକ ଦଳ ଏବଂ ଭାଟିପଡା ମଧ୍ୟରେ ଖେଳା ଯାଇଥିଲା।ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଭାଟିପଡା ଦଳ।୬ ଓଭର ବିଶିଷ୍ଟ ଇନିଂସର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ ଓଭରରେ ୨୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇପାରିଥିଲା।୩୦ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ତାଳବନ୍ଧ ପଡା ଦଳ ୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଫ୍ଲଡ ଲାଇଟ୍ ରେ ହେଉଥିବା ଏହି ରାତ୍ର ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ପାଇଁ ଦର୍ଶକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା।ଯାହାକୁ ନେଇ ଆୟୋଜକଙ୍କୁ ଉତ୍ସାହିତ କରିଛି।ଆସନ୍ତା ୧୦ ତାରିଖ ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ।ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଦଳକୁ ଟ୍ରଫି ସହିତ ୧୫ ହଜାର ଟଙ୍କା ଏବଂ ଉପ ବିଜେତା ଦଳକୁ ଟ୍ରଫି ଓ ୮ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି।


