ଯାଜପୁର / କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ): ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ କୃଷି ପରାମର୍ଶ କେନ୍ଦ୍ର ପକ୍ଷରୁ ଆଜି ସକାଳ ଶାସନ୍ଦା ପଞ୍ଚାୟତ ତାଉଁତରା ଠାରେ ଓ ପୂର୍ବାହ୍ନରେ ବାଛଳ ପଂଚାୟତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଜ୍ଞାନରଞ୍ଜନ ସାହୁଙ୍କ ସଂଚାଳନରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ବରେଣ୍ୟ ଅତିଥି ଭାବେ ବିଞ୍ଝାରପୁର ପଂଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, କେନ୍ଦ୍ରୀୟ କୃଷି ରତ ମହିଳା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ. ଲିପି ଦାସ ଓ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ମୋହନ ବାଗେ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ସମ୍ବନ୍ଧରେ ଆଲୋଚନା କରିଥିଲେ। ତତ୍ ସହିତ କୃଷି ବୈଜ୍ଞାନିକ କେନ୍ଦ୍ରର ବୈଜ୍ଞାନିକ ଡ. ବବିତା ମିଶ୍ର, ଡ. ବିଜୟ କୁମାର ରାଉତରାୟ, ଯୋଗଦେଇ ଅଧିକ ଫସଲ ଅମଳ ପାଇଁ ଆଧୁନିକ ଜ୍ଞାନ କୌଶଳ ଚାଷର ଆବଶ୍ୟକତା ରହିଛି ବୋଲି କହିଥିବା ବେଳେ ପାଗର ଅନୁକୂଳ ଓ ପ୍ରତିକୂଳ ପରିସ୍ଥିକୁ ଚାଷୀ ମାନେ ମୁକାବିଲା କରି ଚାଷ କରିବା ଉଚିତ ବୋଲି କଡ଼ିଥିଲେ । ଏଥିସହ ପ୍ରତିକୂଳ ସ୍ଥିତିର ସ୍ୱଛଳତା ପାଇଁ ଉନ୍ନତ ପ୍ରଣାଳୀରେ ବିଭିନ୍ନ ଚାଷ ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଶାସନ୍ଦା ପଞ୍ଚାୟତ ସରପଞ୍ଚ କlମଦେବ ଧଳ ପ୍ରମୁଖ ଯୋଗଦେଇଥିଲେ । ସେହିପରି ବାଛଳ ପଂଚାୟତ ଧର୍ମପୁର ଠାରେ ସରପଂଚ କଳ୍ପନା ବେହେରାଙ୍କ ସମେତ ଉପରୋକ୍ତ ଅତିଥି ମାନେ ଯୋଗ ଦେଇଥିଲେ। ଗ୍ରାମ୍ୟ କୃଷି କର୍ମଚାରୀ ସଂଜୀବ ସାମଲ, ବିକାଶ ବେହେରା, ପ୍ରଭାସ ମହାଳିକ ,ବିଟିଏମ ସୁନସେଫ ରଥ , ଏଟିଏମ ଅନିଲ ଦାସ. ଲୁପ୍ତି ପ୍ରଭା ପ୍ରମୁଖ ଉପସ୍ଥିତ ଥିଲେ ।