ଆଇଏଏସ ଚକମା ପାରିଲେନି ଚକମା ଦେଇ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : ଚକମା କୁ ଚଷମା ପିନ୍ଧେଇ ଜଣେ କ୍ରସର ମାଲିକ ବେଶ ବାହା ବାହା ମାରୁଥିବାବେଳେ କେଉଁ କାରଣରୁ ହାତରୁ ଗୁଡ଼ କହୁଣୀ କୁ ବୋହିଗଲା ତାକୁ ନେଇ ଜିଲ୍ଲା ସାରା ଚର୍ଚ୍ଚା ଜୋର ଧରିବା ସହ ଆଇଏଏସ ମାନଙ୍କ ମଧ୍ୟ ରକ୍ତ ଗରମ ହୋଇଛି। କେଉଁ କାରଣରୁ ଏତେ ଟଙ୍କା ଦେବାକୁ ପଡିଥିଲା ଆଉ କଣ ଚାପି ଦେବାକୁ ଡିଲ ହୋଇଥିଲା ତାହାର ଉତ୍ତର ସବୁ ଲୋକ ଜାଣିଥିଲେ ମଧ୍ୟ କେହି ମୁଖ ରେ କହୁ ନାହାଁନ୍ତି। ଜୈନିକ କ୍ରସର ମାଲିକ କାଳେ ୫ ଆଣି ୫ ଶହ କୋରି ନେଇଛନ୍ତି ପଥର, ଏହାକୁ ନିଜର ସ୍କେନର ରେ ସ୍କେଲରେ ମାପି ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିଲେ ଚକମା। ତେବେ ଚକମାକୁ ଚକମା ଦେଇଦେଲେ କ୍ରସର ମାଲିକ। କେଉଁଠି ତୃଟି ଆଉ କେଉଁଠି ଦୁର୍ନୀତି ଲୁଚି ରହିଛି ତାହାର ତଦନ୍ତ ସହ ଲୁଚିଛପି ଖେଳ ଖେଲୁଥିବା ଖେଳାଳି ଙ୍କ ମୁହଁ ମଧ୍ୟ ଉଭା ହେବା ଜରୁରୀ।