ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସଦର ମହକୁମାକୁ ପଞ୍ଚାୟତ ପୋଲିସ ପଡା ଓ୍ବାଡ ନମ୍ବର ୧୪ ପଡା ପାଖକୁ ଘର ନିର୍ମାଣ କରିଥିବା ପ୍ରମୋଦ କୁମାର ସାହୁ ଜଣେ ବିଦ୍ୟୁତ ଉପଭୋକ୍ତା ତାଙ୍କ ଘରକୁ ଲାଗିରହିଛି ବିଦ୍ୟୁତ ଟ୍ରାନ୍ସଫରର୍ମର ବିପଦ କୁ ଡାକୁଛି ଟ୍ରାନ୍ସଫରର୍ମର। ବିଦ୍ୟୁତ କେତେବେଳେ ଯେ ଅଘଟଣ ଘଟିବ କିଏକହିପାରିବ ବୋଲି ପ୍ରମୋଦ ସାହୁ ନିଜ ପରିବାର ଧରି ଅନ୍ଯ ଜାଗାରେ ଘର ଭଡା କରି ରହୁଥିବା ଶ୍ରୀ ସାହୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଟ୍ରାନ୍ସଫରର୍ମର ରେ ସୁରକ୍ଷା ପାଚେରୀ ନାହିଁ ବେଳେ ବେଳେ ଗାଇଗୋରୁ ଛେଳିମେଣ୍ଢା କୁକୁର ମାଙ୍କଡ ଯାଇ ବିପଦରେ ଅନେକ ଥର ମୃତ୍ୟୁ ବରଣ କରିଥିବା ନଜିର କୁ ଆସିଛି। ଏଣୁ ତୁରନ୍ତ ଫିଉଜ ବନ୍ଧାଯାଉଥିବା କାଠ କୁ ତୁରନ୍ତ ହଟାଇବା ପାଇଁ ଗଣମାଧ୍ୟମ ଦ୍ବାରା ବିଭାଗ କୁ ଚେତାବନୀ ଦେଇଛନ୍ତି ଆଗାମୀ ଦିନରେ ବିଦ୍ୱାଡ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବାକୁ ଧମକ ଦେଇଛନ୍ତି।