କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ଲକସ୍ତରୀୟ ସ୍ଵାଧୀନ ସଂଗ୍ରାମୀ ସହିଦ ବିର୍ସା ମୁଣ୍ଡା ବଳିଦାନ ଦିବସ ପାଳନ କରାଯାଇଛି। କୋକସରା ମଣ୍ଡଳ ସଭାପତି ବସନ୍ତ ନାଗଙ୍କ ସଭାପତିତ୍ବରେ ଏହି ବଳିଦାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଉପସ୍ଥିତ କର୍ମକର୍ତ୍ତା ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ କାର୍ଯ୍ୟକ୍ରମରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, କୋକସରା ମଣ୍ଡଳ ସାଧାରଣ ସମ୍ପାଦକ ଶାରଳା ପ୍ରସାଦ ପ୍ରଧାନି, ଉପ ସଭାପତି ଦୈତାରି ବାରିକ, ଆମପାଣି ମଣ୍ଡଳ ସାଧାରଣ ସମ୍ପାଦକ ତୁଲାରାମ୍ ନାଏକ, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ଆମପାଣି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ମୋଟେର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଧବଳେଶ୍ଵର ଗୋପାଳ, ଧର୍ମାନନ୍ଦ ନେଗି ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।